ଯାଜପୁର: ବ୍ୟାସନଗର ପୌରପରିଷଦର ୨୧ ନମ୍ବର ୱାର୍ଡକୁ ଜନଜାତି ମହିଳା ଘୋଷଣା ହେବା ପ୍ରତିବାଦରେ ସନ୍ତରା ଗ୍ରାମବାସୀ ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ । ସୂଚନା ମୁତାବକ ଗତ କିଛିଦିନ ତଳେ ବ୍ୟାସନଗର ପୌରପରିଷଦର ୨୧ ନମ୍ବର ୱାର୍ଡ ସରକାରଙ୍କ ୱାର୍ଡ ସଂରକ୍ଷଣ ନିୟମ ଅନୁଯାୟୀ ସାଧାରଣ ବର୍ଗ ଘୋଷଣା କରାଯାଇଥିଲା । ମାତ୍ର ସରକାରଙ୍କର ପକ୍ଷରୁ ଏହି ୱାର୍ଡ ସଂରକ୍ଷଣ ନିୟମ କ୍ୟାନସଲ ହେବାପରେ ପୁନର୍ବାର ୱାର୍ଡ ସଂରକ୍ଷଣ ନିୟମ ଘୋଷଣା ହେଇଛି ।
ଯାହାଫଳରେ ୨୧ ନମ୍ବର ୱାର୍ଡଟି ସାଧାରଣ ବର୍ଗ ମହିଳା ପରିବର୍ତ୍ତନ ହୋଇ ଜନଜାତି ମହିଳା ହୋଇଛି । ଏହାକୁ ନେଇ ଏବେ ୨୧ ନମ୍ବର ୱାର୍ଡ ସନ୍ତରା ଗାଁରେ ବିବାଦ ଦେଖାଦେଇଛି । ଆଜି ଏହି ପରିପ୍ରେକ୍ଷୀରେ ୱାର୍ଡକୁ ସାଧାରଣ ବର୍ଗ ମହିଳା କିମ୍ବା ପୁରୁଷ ଘୋଷଣା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଯଦି ଏହି ୱାର୍ଡର ସଂରକ୍ଷଣ ନିୟମ ପରିବର୍ତ୍ତନ ନହୁଏ ଆଗମୀ ଦିନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ