ETV Bharat / state

ପାଣିକୋଇଲି ଥାନା ଅଞ୍ଚଳରୁ ଧଳାଜହର ଜବତ, ୨ ଗିରଫ - ବ୍ରାଉନସୁଗାର

ଯାଜପୁର ଜିଲ୍ଲାରେ ପାଣିକୋଇଲି ଥାନା ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଅଧିକ ପଢନ୍ତୁ...

ପାଣିକୋଇଲି ଥାନା ଅଞ୍ଚଳରୁ ବ୍ରାଉନସୁଗାର ଜବତ, ୨ ଗିରଫ

author img

By

Published : Jul 18, 2021, 12:52 PM IST

ଯାଜପୁର: ଜିଲ୍ଲାର ପାଣିକୋଇଲି ଥାନା ସଠିପୁର ଅଞ୍ଚଳରୁ ୫ ଗ୍ରାମ ୬ ଶହ ମିଲିଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ସମ୍ପର୍କରେ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ପାଣିକୋଇଲି ଥାନା ଅଞ୍ଚଳରୁ ବ୍ରାଉନସୁଗାର ଜବତ, ୨ ଗିରଫ

ଗତ ଶନିବାର ବିଳମ୍ବିତ ରାତିରେ ପାଣିକୋଇଲି ପୋଲିସ ଵିଶେଷ ସୂତ୍ରରୁ ଖବର ପାଇ ସଠିପୁର ନିକଟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ସଠିପୁର ଠାରେ ଜଣେ ମହିଳା ଓ ପୁରୁଷ ରାସ୍ତା କଡରେ ଠିଆ ହୋଇ ବ୍ରାଉନ ସୁଗାର ବିକୁଥିବା ବେଲେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏହି ଦୁଇ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ହଵିଵନଗର ଅଞ୍ଚଳର ମୁନି ବିବି ଓ ଜିଲାନି ଖାନ ।

ଏହି ଦୁଇ ବ୍ୟକ୍ତି ପୂର୍ବରୁ ବାଲେଶ୍ଵର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦ ଓ ଯାଜପୁର ଟାଉନ ଅଞ୍ଚଳରେ ବିକୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଆଧାର କରି ପାଣିକୋଇଲି ପୋଲିସ ଏହି ମହିଳା ଓ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.