ETV Bharat / state

ସରିନି ନଦୀବନ୍ଧ କାମ, ବିପଦରେ ନଦୀକୂଳିଆ ଗାଁ

ମୌସୁମୀ ବର୍ଷାକୁ ନେଇ ଚିନ୍ତାରେ ଯାଜପୁର ନଦୀକୂଳିଆ ବାସିନ୍ଦା । କାରଣ ବର୍ତ୍ତମାନ ସୁଦ୍ଧା ଶେଷ ହୋଇ ପାରିନାହିଁ ନଦୀବନ୍ଧ ମରାମତି କାମ । ଗୋଟିଏ ଜାଗାରେ ଜିଲ୍ଲାରେ ଏଭଳି ଅନେକ ସ୍ଥାନରେ ନଦୀବନ୍ଧ ମରାମତି କାମ ଶେଷ ହୋଇ ନଥିବା ଅଭିଯୋଗ ହୋଇଛି ।

author img

By

Published : Jul 3, 2019, 4:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ନଈକୂଳିଆଙ୍କ ଚିନ୍ତା ବଢାଇଲାଣି ମୌସୁମୀ । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇ ଯାଇଥିବାବେଳେ ମୁକୁଳା ପଡିଛି ନଦୀବନ୍ଧ । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀବନ୍ଧର ଘାଇ ମଧ୍ୟ ମରାମତି ହୋଇପାରିଲା ନାହିଁ । ଆଉ ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ବନ୍ୟା ଆଶଙ୍କାରେ ଭୟଭୀତ ଅଞ୍ଚଳବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେପଟେ ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି । ମାତ୍ର ସମସ୍ତ ପ୍ରତିଶୃତି ଓ ଅଭିଯୋଗ ଯେମିତି କାଗଜପତ୍ରରେ ଅଟକି ରହିଥିବାର କହିଛନ୍ତି ଯାଜପୁର ଜଳସେଚନ ବିଭାଗ ଅଧିନସ୍ଥ ଖଇରାବାଦ ପଞ୍ଚାୟତବାସୀ । ଅନ୍ୟପଟେ ଖଇରାବାଦ ପଞ୍ଚାୟତରେ କିଛି ବର୍ଷ ତଳେ ନିର୍ମାଣ ହୋଇଥିଲା ବୁଢା ନଦୀବନ୍ଧ । ହେଲେ ନିମ୍ନ ମାନର କାମ ଯୋଗୁଁ ମାଟି ଅତଡା ନଦୀରେ ମିଶି ଯାଇଛି । କେବଳ ବଲ୍ଲା ପୋତି ବନ୍ଧକୁ ଅଟକାଇ ଯାଇଛି । ବର୍ଷା ହେବା ଫଳରେ ଏହାକୁ ମରାମତି କରିବାକୁ ଚେଷ୍ଟା କରୁଛି ଜଳସମ୍ପଦ ବିଭାଗ । ଏପଟେ କିନ୍ତୁ ମରାମତିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ଚଳିତ ବର୍ଷ ମଧ୍ୟ ବର୍ଷାକୁ ଦେଖି ନଦୀବନ୍ଧରେ ବାଲିବସ୍ତା ପକାଉଛି ଜଳସେଚନ ବିଭାଗ । କାଁଭାଁ କେତେକ ସ୍ଥାନରେ ନଦୀବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଦଶରଥପୁର, ବରୀ, ବିଞ୍ଜାରପୁର ଓ କୋରେଇ ବ୍ଲକର ଅନେକ ସ୍ଥାନରେ ଦୁର୍ବଳ ରହିଛି ନଦୀବନ୍ଧ । ସେପଟେ, ସାମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ସରିଛି । ଏନେଇ ଆମେ ଜଳସେଚନ ବିଭାଗୀୟ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ମିଳି ପାରିନାହିଁ । ସେପଟେ ବନ୍ୟା ପୂର୍ବରୁ ସମସ୍ତ ନଦୀବନ୍ଧକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ବର୍ଷା ଆସିଲେ ପ୍ରଶାସନର ମନେପଡ଼େ ନଦୀବନ୍ଧ କଥା । ତେବେ ବାହାଘର ବେଳେ ବାଇଗଣ ରୋଇବା ନ୍ୟାୟରେ ଏବେ ନଦୀବନ୍ଧ କାମ ହେଲେ କେତେ ଫଳପ୍ରଦ ହେବ ଦେଖିବାକୁ ବାକି ରହିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.