ETV Bharat / state

ଘାଇକୁ ନେଇ ଜୋର ଧରିଛି ବିବାଦ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି - ଡିନାମାଇଟ୍ ଫୁଟାଇ ଘାଇ ସୃଷ୍ଟି ଅଭିଯୋଗ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ଠାରେ ସୃଷ୍ଟି ହୋଇଥିବା ଘାଇକୁ ନେଇ ଘନେଇଛି ବିବାଦ। ଜୋର୍ ଧରିଛି ରାଜନୀତି । ଏଠାରେ ଡିନାମାଇଟ୍ ଫୁଟାଇ ମନୁଷ୍ୟ କୃତ ଘାଇ ସୃଷ୍ଟି କରାଯାଇଥିବା ଅଭିଯୋଗ ଆସିଛି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।

ଘାଇକୁ ନେଇ ଜୋର ଧରିଛି ବିବାଦ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି

author img

By

Published : Aug 31, 2020, 6:51 PM IST

ଯାଜପୁର: ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ଠାରେ ସୃଷ୍ଟି ହୋଇଥିବା ଘାଇକୁ ନେଇ ଘନେଇଛି ବିବାଦ। ଜୋର୍ ଧରିଛି ରାଜନୀତି । ଏଠାରେ ଡିନାମାଇଟ୍ ଫୁଟାଇ ମନୁଷ୍ୟ କୃତ ଘାଇ ସୃଷ୍ଟି କରାଯାଇଥିବା ଅଭିଯୋଗ ଆସିଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ବୁଦ୍ଧଲିଙ୍ଗ-ରମ୍ଭାପୁର ନଦୀବନ୍ଧ ରାସ୍ତାରେ ପ୍ରାୟ 3ଶହ ଫୁଟର ଏକ ବିରାଟ ଘାଇ ସୃଷ୍ଟି ହୋଇଥିଲା । ନିକଟରେ ଏହି ବନ୍ଧର ମରାମତି କରିଥିବା ଠିକା ସଂସ୍ଥାର ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦର୍ଶାଯାଇଛି । ସମ୍ପୃକ୍ତ ଠିକାଦାର ସ୍ଥାନୀୟ ବିଧାୟକଙ୍କର ସମ୍ପର୍କୀୟ ବୋଲି କୁହାଯାଇଛି । ବନ୍ଧ କାମ ଖରାପ ହୋଇଥିବାରୁ ନଦୀ ବଢି ସମୟରେ ଜାଣି ଶୁଣି ଏପରି କରାଯାଇଥିବା ସ୍ଥାନୀୟ ଅଞ୍ଚଳର ବିଜେପି ନେତୃତ୍ବ ଅଭିଯୋଗ ଆଣିଛନ୍ତି ।

ଘାଇକୁ ନେଇ ଜୋର ଧରିଛି ବିବାଦ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି

ତେବେ ଏହି ଅଭିଯୋଗକୁ ଭିତ୍ତି କରି ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ୍ ଦ୍ବାରା ଘଟଣାର ତଦନ୍ତ ଚାଲିଥିବା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି । ସେପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.