ETV Bharat / state

ତ୍ରିଜଙ୍ଗା ଖେଳ ପଡ଼ିଆରେ ବିଜେପିର ମହାମିଶ୍ରଣ ପର୍ବ - ବିଜେପିର ମିଶ୍ରଣ ପର୍ବ

ଦାନଗଦିସ୍ଥିତ ତ୍ରିଜଙ୍ଗା ଖେଳ ପଡ଼ିଆରେ ବିଜେପି ପକ୍ଷରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଆଜି ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳସାମନ୍ତଙ୍କ ସଭାପତିତ୍ୱରେ ଏକ ମହାମିଶ୍ରଣ ଆୟୋଜିତ ହୋଇଥିଲା । ଅଧିକ ପଢ଼ନ୍ତୁ...

ତ୍ରିଜଙ୍ଗା ଖେଳ ପଡ଼ିଆରେ ବିଜେପିର ମହାମିଶ୍ରଣ ପର୍ବ

author img

By

Published : Oct 11, 2021, 10:35 PM IST

ଯାଜପୁର: ଜିଲ୍ଲା ଦାନଗଦି ସ୍ଥିତ ତ୍ରିଜଙ୍ଗା ଖେଳ ପଡ଼ିଆରେ ବିଜେପି ପକ୍ଷରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଆଜି(ସୋମବାର) ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳସାମନ୍ତଙ୍କ ସଭାପତିତ୍ୱରେ ଏକ ମହାମିଶ୍ରଣ ଆୟୋଜିତ ହୋଇଥିଲା । ଏହି ସଭାରେ ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ, ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ଓ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭା ପୂର୍ବରୁ ବିଜେପି ପକ୍ଷରୁ ଏକ ବାଇକ ରାଲି ମଧ୍ୟ କରାଯାଇଥିଲା ।

ତ୍ରିଜଙ୍ଗା ଖେଳ ପଡ଼ିଆରେ ବିଜେପିର ମହାମିଶ୍ରଣ ପର୍ବ

ଏହି ସଭାରେ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳକୁ ଭତ୍ସନା କରିଥିଲେ । ଏଥିସହିତ ପ୍ରତ୍ୟେକ ପଞ୍ଚାୟତରେ ବିଜେଡି ନେତାମାନେ ଇନ୍ଦିରା ଆବାସଠାରୁ ଆରମ୍ଭ କରି ରାସ୍ତାଘାଟ କାର୍ଯ୍ୟରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ବିଜେପିର ଏହି ମହାମିଶ୍ରଣ ପର୍ବରେ ଦାନଗଦି ବ୍ଲକର ବିଭିନ୍ନ ପଞ୍ଚାୟତର ୫ଶହରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ଯୋଗ ଦେଇଥିବା ବିଜେପି ନେତା ପ୍ରଦୀପ ବଳସାମନ୍ତ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.