ETV Bharat / state

ବିଜେଡିର ଦୁଇ ବ୍ଲକ ସଭାପତି ନିଲମ୍ବିତ - jajpur

ଯାଜପୁର ଜିଲ୍ଲାର ବିଜୁ ଜନତା ଦଳର ଦୁଇ ବ୍ଲକ ସଭାପତି ନିଲମ୍ବିତ । ତିନି ଜିଲ୍ଲାରେ ନିର୍ବାଚନରେ ଯାଜପୁର ବିଜେଡିରେ ଅନେକ କର୍ମୀ ଦଳରେ ଥାଇ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ କରୁଥିବା ହେତୁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ଦୁଇ ବ୍ଲକରେ ଦୁଇ ଜଣଙ୍କୁ ନୂତନ ଭାବେ ଦାୟିତ୍ବ ଦିଆଯାଇଥିବା ବେଳେ ଜିଲ୍ଲା ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : May 27, 2019, 5:32 PM IST

ଯାଜପୁର: ଦଳ ବିରୋଧି କାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲାରେ ଆଜି(ସୋମବାର) ଦୁଇ ବ୍ଲକ ସଭାପତି ନିଲମ୍ବିତ ହୋଇଛନ୍ତି । ସେପଟେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ 3ଜଣ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ମିଳିଥିବା ସୂଚନା ମୁତାବକ ଦଳରେ ରହି ଦଳ ବିରୋଧି କାର୍ଯ୍ୟ ପାଇଁ ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ଦୁଇ ଜଣଙ୍କୁ ବହିଷ୍କାର କରିଛନ୍ତି । ସରୋଜ ଦଶରଥପୁର ବ୍ଲକର ସଭାପତି ସୁବାସଚନ୍ଦ୍ର ମହାନ୍ତି ଏବଂ ଯାଜପୁର ବ୍ଲକ ସଭାପତି ପ୍ରଭାତ ଘଡାଇଙ୍କୁ ବହିଷ୍କାର କରିଥିଲେ । ତାଙ୍କ ପରିବର୍ତ୍ତେ ଏହି ଦୁଇ ବ୍ଲକରେ ଦୁଇ ଜଣଙ୍କୁ ନୂତନ ଭାବେ ଦାୟିତ୍ୱ ଦିଆଯାଇଛି । ଅଜୟ କୁମାର ମହାନ୍ତିଙ୍କୁ ଦଶରଥପୁର ବ୍ଲକର ସଭାପତି ଦାୟିତ୍ୱ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପରେସ ବିଶ୍ବାଳଙ୍କୁ ଯାଜପୁର ବ୍ଲକ ଦାୟିତ୍ବ ଦିଆଯାଇଛି ।

ସେହିପରି ଯାଜପୁର ଜିଲ୍ଲା ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ସାମଲ ସାଙ୍ଗଠନିକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.