ଯାଜପୁର: ସ୍କୁଲ ଆଗରେ ବାଡ଼ ବୁଜିବା ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଯାଜପୁର ବିଞ୍ଝାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଫାଟକକୁ ଜନୈକ ବ୍ୟକ୍ତି ନିଜ ଜାଗା ଦାବି କରି ବାଡ଼ ବୁଜିଦେବା ଘଟଣା ଗଣମାଧ୍ୟମରେ ପରିବେଶଣ ହେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଛନ୍ତି ।
ସେପଟେ ଆଜି(ସୋମବାର) ବାଡ଼କୁ ଘୁଞ୍ଚାଇ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ । ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟ ସ୍କୁଲକୁ ଆସିନଥିଲେ । ଏସମ୍ପର୍କରେ ଅତିରିକ୍ତ ବିଇଓ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ଏହି ଘଟଣା ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ତୁରନ୍ତ ଏହି ଘଟଣାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
ଇଟିଭି ଭାରତ, ଯାଜପୁର