ETV Bharat / state

ପୋଲିସ ଓ ଗ୍ରାମବାସୀ ଗୋଷ୍ଠୀ ସଂଘର୍ଷ ଘଟଣା, ୫ ଗିରଫ

ବିଞ୍ଝାରପୁର ଥାନା ରଣପୁର ପଞ୍ଚାୟତ କଣ୍ଟିପୁର ଗାଁରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ପୋଲିସ ଓ ଗ୍ରାମବାସୀ ଗୋଷ୍ଠୀ ସଂଘର୍ଷ ଘଟଣା, ୫ ଜଣ ଗିରଫ

author img

By

Published : Jul 3, 2021, 10:30 PM IST

ଯାଜପୁର: ବିଞ୍ଝାରପୁର ଥାନା ରଣପୁର ପଞ୍ଚାୟତ କଣ୍ଟିପୁର ଗାଁରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଛି । ଘଟଣା ପରେ ଗାଁ ସମ୍ପୂର୍ଣ୍ଣ ପୁରୁଷ ଶୂନ୍ୟ ହୋଇପଡିଛି । କଣ୍ଟିପୁର ଗାଁକୁ ଏକ ମାମଲାର ତଦନ୍ତ କରିବାକୁ ପୋଲିସ ସେଠାକୁ ଯାଇଥିବା ବେଳେ କୌଣସି ଏକ କାରଣରୁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ।

ପୋଲିସ ଓ ଗ୍ରାମବାସୀ ଗୋଷ୍ଠୀ ସଂଘର୍ଷ ଘଟଣା, ୫ ଜଣ ଗିରଫ

ଏପରିକି ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ପୋଲିସ ଘଟଣା ସ୍ଥଳରୁ ଫେରାର ହୋଇଥିଲା । ଏନେଇ ଏସଆଇ କଣ୍ଡୁରି ଦାସ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ କରିଛନ୍ତି । ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସଡିପିଓ, ଅତିରିକ୍ତ ଏସପି ପ୍ରମୁଖ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଏପର୍ଯ୍ୟନ୍ତ ଗାଁର ୫ ଜଣଙ୍କୁ ପୋଲିସ ଗିରଫ କରିଛି । ସେପଟେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ନାପସନ୍ଦ କରାଯାଇଛି । ପୋଲିସ ଆଖିବୁଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି କିନ୍ତୁ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.