ETV Bharat / state

ସୀମା ଟପିଲା ଜମିବାଡି ବିବାଦ, ବ୍ଲେଡରେ କାଟି ମହିଳାଙ୍କୁ ଲହୁଲୁହାଣ କଲେ ପରିବାର - ଯାଜପୁରୁ ଜମିବିବାଦ ଖବର

ଜମି ବାଡି ବିବାଦକୁ କେନ୍ଦ୍ର କରି ସବୁ ସୀମାକୁ ଟପିଲେ ପରିବାର ଲୋକେ । ସ୍ବାମୀର ଅନୁପସ୍ଥିତରେ ସ୍ତ୍ରୀକୁ ମାଡମାରି ଲହୁଲୁହାଣ କଲେ ସମ୍ପର୍କୀୟ ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କଲ୍ୟାଣପୁର ପଞ୍ଚାୟତରେ । ଅଧିକ ପଢନ୍ତୁ...

jajpur
ସୀମାକୁ ଟପିଲା ଜମିବାଡି ବିବାଦ, ବ୍ଲେଡରେ କାଟି ମହିଳାଙ୍କୁ ଲହୁଲୁହାଣ କଲେ ପରିବାର
author img

By

Published : Jan 24, 2021, 6:14 PM IST

Updated : Jan 24, 2021, 6:48 PM IST

ଯାଜପୁର: ଜମି ବାଡି ବିବାଦକୁ କେନ୍ଦ୍ର କରି ସବୁ ସୀମାକୁ ଲଙ୍ଘିଲେ ପରିବାର ଲୋକେ । ସ୍ବାମୀର ଅନୁପସ୍ଥିତରେ ସ୍ତ୍ରୀକୁ ମାଡ ମାରି ବ୍ଲେଡରେ ଶରୀରର ବିଭିନ୍ନ ଅଂଶକୁ କାଟି ଲହୁ ଲୁହାଣ କରିଦେଲେ ସଂପର୍କୀୟ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲା ବିଂଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ ବେଲପାଳ ଗାଁରେ ଘଟିଛି ।

ସୀମା ଟପିଲା ଜମିବାଡି ବିବାଦ, ବ୍ଲେଡରେ କାଟି ମହିଳାଙ୍କୁ ଲହୁଲୁହାଣ କଲେ ପରିବାର

ସୂଚନା ଅନୁଯାୟୀ ଗାଁର ସନ୍ଧ୍ୟାରାଣୀ ରାଉତଙ୍କୁ ନିଜ ଦେଢ଼ଶୁର ଦିଅର ଏବଂ ଜା ମାନେ ଆକ୍ରମଣ କରି ଲହୁଲୁହାଣ କରିଦେବା ଭଳି ସଂଗୀନ ଅଭିଯୋଗ ହୋଇଛି । ପୂର୍ବରୁ ଜମିବାଡି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା । ସଂଧ୍ୟାରାଣୀଙ୍କ ସ୍ବାମୀ କଲିକତାରେ ରୁହନ୍ତି । ଆଜି ଏହାର ସୁଯୋଗ ନେଇ ସନ୍ଧ୍ୟାରାଣୀଙ୍କ ଦେଢ଼ଶୁର ରମେଶ ରାଉତ ଭାଇ ରାଜେଶ ରାଉତ ଏବଂ ସେମାନଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ଉପରେ ଆକ୍ରମଣ କରି ଘରୁ ବାହାରିଯିବାକୁ ଧମକ ଦେଇଥିଲେ । ଘରେ ନିଜ ସ୍ବାମୀ ନଥିବା କହିବା ସତ୍ବେ ସଂଘବଦ୍ଧ ଭାବେ ସଂଧ୍ୟାରାଣୀକୁ ବ୍ଲେଡରେ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ଏହାପରେ ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ଏନେଇ ସେ ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ଘଟଣାର ମୁଖ୍ୟ କୁହାଯାଉଥିବା କଲ୍ୟାଣପୁର ପଞ୍ଚାୟତର ସମିତି ସଭ୍ୟ ରମେଶ ରାଉତ ଫେରାର ହୋଇଯାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Last Updated : Jan 24, 2021, 6:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.