ଯାଜପୁର: PDS ଚାଉଳ ବିକ୍ରି ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଞ୍ଝାରପୁର ଡିଲର ସଙ୍ଘ ଓ ବିତନା ସରପଞ୍ଚ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବିତନା ପଞ୍ଚାୟତ ଖଣ୍ଡାହତା ଗ୍ରାମର ଡିଲର ଶ୍ରୀନିବାସ ମିଶ୍ର ରାତିଅଧିଆ ଚାଉଳ ବିକ୍ରି କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ତେବେ ଘଟଣା ଦିନ ଡିଲର କୌଣସି ଚାଉଳ ବିକ୍ରି କରୁନଥିଲେ ବରଂ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିଥିଲେ ବୋଲି ସଙ୍ଘ ପକ୍ଷରୁ ସଫେଇ ଦିଆଯାଇଛି ।
ଏଥିସହ ଡିଲରଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି କୁହାଯାଇଛି । ଏପଟେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ୩ଦିନ ତଳେ ସମ୍ପୃକ୍ତ ଡିଲର ରାତିରେ ଚାଉଳ ବିକ୍ରି କରୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ପରେ ସ୍ଥାନୀୟ ଜଣେ ଯୁବକ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ