ଯାଜପୁର: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଧାରଣା । ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗୁରୁବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭୂବନେଶ୍ୱରପୁର ଆଞ୍ଚଳିକ କମିଟି ପକ୍ଷରୁ ଧାରଣା ଦିଆଯାଇଛି ।
୨୦୧୯-୨୦ ଆର୍ଥିକ ବର୍ଷରେ ଭୂବନେଶ୍ୱରପୁର ପଞ୍ଚାୟତରେ ଖରିଫ କୃଷି ବାବଦରେ ବୀମା କମ୍ପାନୀ ଦ୍ୱାରା ପ୍ରଦତ କ୍ଷତିପୂରଣକୁ କୈଣସି କାରଣ ନଥାଇ କଟକ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ଅଦ୍ୟାବଧି କୃଷକଙ୍କୁ ପ୍ରଦାନ କରୁନାହିଁ । ଫଳରେ ବନ୍ୟା ଓ କୋରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇ ପରବର୍ତ୍ତୀ ରବି ଫସଲ ପାଇଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କିଛି କୃଷକଙ୍କ ସାମାନ୍ୟ ତ୍ରୃଟି ଦର୍ଶାଇ ସେମାନଙ୍କର ବୀମା ରାଶିକୂ ବଞ୍ଚିତ କରାଯାଇଛି । ଏହି କୃଷକମାନଙ୍କୁ ବୀମା ରାଶି ପ୍ରଦାନ କରିବା ଦାବି ନେଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।
ଯାଜପୁରରୁଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ