ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଥାନାରେ ଏତଲା

ସାହାଯ୍ୟ କରିବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଟକ ଥିବା 5 ଜଣଙ୍କ ନାଁରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଥାନାରେ ଏତଲା କରାଯାଇଛି । ଅଧିକ ପଢ଼ନ୍ତୁ

attempts to rape minor case in jajpur child protection unit allegation against accused
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଥାନାରେ ଏତଲା
author img

By

Published : Jul 19, 2022, 11:17 AM IST

Updated : Jul 19, 2022, 11:37 AM IST

ଯାଜପୁର: ସାହାଯ୍ୟ କରିବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଟକ ଥିବା 5 ଜଣଙ୍କ ନାଁରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଥାନାରେ ଏତଲା କରାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ଛାନଭିନ କରୁଛି ପୋଲିସ ।

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା

ସୂଚନା ମୁତାବକ, ରବିବାର ସନ୍ଧ୍ୟା ସମୟରେ ଜଣେ ନାବାଳକ ଓ ନାବାଳିକା ଭାଇଭଉଣୀ ସମ୍ପର୍କୀୟଙ୍କ ଘର ସୁକିନ୍ଦା କାଳିଆପାଣି ଟାଟା ମାଇନ୍ସ ଅଭିମୁଖେ ଚାଲିକି ଯାଉଥିବା ବେଳେ ଝୁମ୍ପାଣ ନିକଟରେ ୫ ଜଣ ଯୁବକ ତାଙ୍କୁ ଅଟକାଇ ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେବାକୁ କହିଥିଲେ । ଏହାପରେ ଉକ୍ତ ଯୁବକମାନେ ନାବାଳକ ଭାଇକୁ ନିସ୍ତୁକ ମାଡ଼ ମାରିବା ସହ ନାବାଳିକାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ନାବାଳିକା ଜଣକ ସ୍କୁଲ ଛାତରୁ ତଳକୁ ଡେଇଁ ପଡ଼ିଥିଲେ ।

ସେପଟେ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଏହାପରେ ମୁର୍ମୁଷୁ ଅବସ୍ଥାରେ ନାବାଳିକାଙ୍କୁ ଟାଟା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ପୋଲିସ 5 ଜଣଙ୍କୁ ଥାନାରେ ଅଟକ ରଖି ରଖି ତଦନ୍ତ ଜାରି ରଖିଛି । ଉଭୟ ଭାଇଭଉଣୀ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଯାଜପୁର

Last Updated : Jul 19, 2022, 11:37 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.