ETV Bharat / state

କୋରୋନା ସ୍ଥିତି ଅନୁଧ୍ୟାନ ବେଳେ ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ, 3 ଅଟକ

ଯାଜପୁରରେ ଅଭାବନୀୟ ଘଟଣା । କୋରୋନା ସ୍ଥିତିର ଅନୁଧ୍ୟାନ କରିବା ଓ ଲକଡାଉନ ସମୟରେ ଚେକିଂ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଯାଜପୁର ଏସପି ଚରଣ ସିଂ ମିନା ଗାଁରେ ପହଁଞ୍ଚି ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଯାଜପୁରରେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଓ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣା: ୩ ଅଟକ

author img

By

Published : Apr 18, 2020, 3:22 PM IST

Updated : Apr 18, 2020, 3:58 PM IST

ଯାଜପୁର: କୋରୋନା ସ୍ଥିତିର ଅନୁଧ୍ୟାନ କରିବା ଓ ଲକଡାଉନ ସମୟରେ ଚେକିଂ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । କୁଆଖିଆ ଥାନା ଗୋପିନାଥପୁର ଗାଁରେ ରସୁଲପୁର ବିଡିଓ ଉମାକାନ୍ତ ପରିଡା, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

କୋରୋନା ସ୍ଥିତି ଅନୁଧ୍ୟାନ ବେଳେ ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ, 3 ଅଟକ

ଖବରପାଇ ଯାଜପୁର ଜିଲ୍ଲାପାଳ ସେଠାରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ କେତେକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ୩ଜଣ ଗଣ୍ଡଗୋଳକାରୀଙ୍କୁ ଅଟକ ରଖି ପଚାରାଉଚୁରା କରୁଛି ପୋଲିସ ।

ଏହାପରେ ଯାଜପୁର ଏସପି ଚରଣ ସିଂ ମିନା ଗାଁରେ ପହଁଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଅଟକ ଯୁବକ ମାନଙ୍କ ମଧ୍ୟରେ ଜଣେ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । ପରିସ୍ଥିତି ଉପରେ ନଜର ରଖାଯାଇ ଆବଶ୍ୟକ ପଡିଲେ ଗୋପିନାଥପୁର ଗାଁରେ ୧୪୪ ଧାରା ଜାରି ହେବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 18, 2020, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.