ଯାଜପୁର: କୋରେଇ ବ୍ଲକ ସୋତି ଗାଁରେ ଭୋଟ୍ ବେଳେ BDOଙ୍କୁ ଆକ୍ରମଣ ଘଟଣାରେ ୮ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପାଣିକୋଇଲି ପୋଲିସ । ୪୭/୫୨ ଓ ୫୨/୨୨ ମାମଲା ରୁଜୁ କରିଥିଲା ପୋଲିସ । ତେବେ ଏହି ଘଟଣାରେ ସୋତି ଗ୍ରାମର କାର୍ତ୍ତିକ ଦଳେଇ, ବିଭୂତିଭୂଷଣ,ଲମ୍ବୋଦର ନାୟକ, ରାକେଶ ବେହେରା,ବିଶ୍ବରଂଜନ ଦଳେଇ, ଅମୂଲ୍ୟ ମହାପାତ୍ର, ବ୍ରହ୍ମଦତ ମହାପାତ୍ର, ମନୋଜ ସ୍ଵାଇଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
୪୫୨, ୩୫୩, ୩୯୨, ୪୨୭, ୫୦୬, ୩୪ ଆଇପିସି ଏବଂ ଓଡିଶା ଗ୍ରାମ ପଂଚାୟତ ଆକ୍ଟ ୨୯(ଏ) ଭଳି ସଙ୍ଗୀନ ଦଫା ଲାଗିଛି । ତେବେ ଏହି ଘଟଣାରେ ଆହୁରି କିଛି ଅଭିଯୁକ୍ତ ସାମିଲ ଥିବା ପୋଲିସ ସୂଚନା ଦେଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପାଣିକୋଇଲି ଥାନାଧିକାରୀ ଚିନ୍ମୟୀ ବେହେରା ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ