ETV Bharat / state

ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା: ଆଉ ଜଣେ ଗିରଫ

author img

By

Published : Apr 11, 2021, 8:28 PM IST

Updated : Apr 11, 2021, 9:00 PM IST

ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଗିରଫ । କୁଆଖିଆ ପୋଲିସ ଗିରଫ କରି କଲା କୋର୍ଟଚାଲାଣ । ଅଧିକ ପଢନ୍ତୁ....

ବହୁଚର୍ଚ୍ଚିତ ଝରାଫୁଲ ହତ୍ୟା ମାମଲା: ଅନ୍ୟଜଣେ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତ । କୁଆଖିଆ ପୋଲିସ ଅନ୍ୟଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ହୋଇଥିବା ସୂଚନା ।

ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା: ଆଉ ଜଣେ ଗିରଫ

ତେବେ ଝରାଫୁଲ ଏବଂ ତାଙ୍କ ପୁରୁଷ ବନ୍ଧୁ ରହିଥିବା ହୋଟେଲକୁ ବୁକିଂ କାର୍ଯ୍ୟରେ ସହଯୋଗ କରିବା ସହିତ ରୁମରେ କିଛି ସମୟ ବିତାଇଥିଲା ଗିରଫ ଅମରେଶ । ହତ୍ୟାକାଣ୍ଡ ପରଠାରୁ ଅମରେଶ ଫେରାର ଥିଲା । ଗତ ଜାନୁଆରୀ 27 ତାରିଖ ସକାଳେ କୁଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ କରି ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଅନ୍ୟପଟେ ଝରାଫୁଲ ମୃତଦେହକୁ ଭୁବନେଶ୍ୱରର ଏକ ହୋଟେଲରୁ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତିଶେଖର ସ୍ୱାଇଁ ଆଜି ଯାଏଁ ଫେରାର ରହିଛି । ସେପଟେ ତଦନ୍ତ ଜାରି ରହିଛି ଏବଂ ପୋଲିସ ଚାର୍ଜସିଟ ଦେବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ସରକାରୀ ଓକିଲ ସମରେନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ଯାଜୁପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 11, 2021, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.