ଯାଜପୁର: ମଙ୍ଗଳପୁର ଥାନା ଛଞ୍ଚିଣା ପଞ୍ଚାୟତରେ ଅଘଟଣ । ପାରିବାରିକ କଳହରୁ ଜୀବନ ହାରିଲେ ଅଙ୍ଗନୱାଡି କର୍ମୀ । ମୃତକ ହେଉଛନ୍ତି ଦଶରଥପୁର ବ୍ଲକ ହସନପୁର ଗାଁର ସସ୍ମିତା ଭୂୟାଁ ।
ସୂଚନାଯୋଗ୍ୟ, ଶାଶୂବୋହୂଙ୍କ ମଧ୍ୟରେ ପାରିବାରିକ କହଳ ଲାଗି ରହିଥିଲା । ଯାହାକୁ ନେଇ ବନ୍ଦ କୋଠରୀରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ସସ୍ମିତା ଭୂୟାଁ । ଏହାପରେ ସ୍ଥାନୀୟଲୋକେ ମୃତଦେହ ଝୁଲୁଥିବାର ଦେଖି ପ୍ରଥମେ ମଙ୍ଗଳପୁର ପରେ ଯାଜପୁର ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସେପଟେ, ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ