ETV Bharat / state

ସହାୟିକା ନିଯୁକ୍ତି ନେଇ ଅଙ୍ଗନୱାଡିରେ ଝୁଲିଲା ତାଲା - ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା

ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ହଟ୍ଟଗୋଳ । ଏହାକୁ କେନ୍ଦ୍ର କରି ଅଙ୍ଗନୱାଡି କେନ୍ଦ୍ରରେ ତାଲା ପଡିଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
author img

By

Published : Nov 15, 2019, 5:42 PM IST

ଯାଜପୁର: ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ହଟ୍ଟଗୋଳ । ଏହାକୁ କେନ୍ଦ୍ର କରି ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ରାଣୀପଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି କିଛି ଏଭଳି ଏକ ଘଟଣା । ସହାୟିକା ପଦବୀ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ପୂର୍ବରୁ ଏହି କେନ୍ଦ୍ରରେ ଗ୍ରାମର କନକଲତା ଦେହୁରୀ ନାମକ ଜଣେ ମହିଳାଙ୍କୁ ସହାୟିକା ପଦରେ ନିଯୁକ୍ତି ଦିଆଯାଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କନକଲତାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇ ଯୋଗ୍ୟତା ଭିତ୍ତିରେ ଗାଁର ଜଣେ ବିଧବା ମହିଳା ଲିଲିବାଳା ସାହୁଙ୍କୁ ସେହି ସ୍ଥାନରେ ଅବସ୍ଥାପିତ କରାଯାଇଛି । ଯାହାକୁ ବିରୋଧ କରି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ କନକଲତାଙ୍କ ସମର୍ଥକ ଗୋଷ୍ଠୀ।

କାହିଁକି ତାଙ୍କୁ ନିଯୁକ୍ତି ଦିଆଯାଇ ପରେ କାର୍ଯ୍ୟରୁ ଅବ୍ୟାହତି କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରରେ ତାଲା ପଡିରହିବା ଫଳରେ କୁନିକୁନି ପିଲାମାନେ ପାଠ ପଢି ନପାରି ଘରକୁ ଫେରିଛନ୍ତି। ସେହିପରି ଅଙ୍ଗନବାଡି କର୍ମୀ ଏଥିରେ ନିରୁପାୟ ହୋଇ ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଥିବା କହିଛନ୍ତି ।

ତେବେ ତୁରନ୍ତ ଉପରିସ୍ଥ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଏ ସମ୍ପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ଆମେ ସ୍ଥାନୀୟ ଦାନଗଦି ସିଡିପିଓଙ୍କ ଅଫିସକୁ ଯାଇଥିଲେ ମଧ୍ୟ ସେ ସେଠାରେ ଉପସ୍ଥିତ ନଥିଲେ । ଆଜିଠାରୁ ଏକ ମାସ ପାଇଁ ଗୌହାଟିକୁ ଏକ ଟ୍ରେନିଂରେ ଯାଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-anganwadi_tension
format-avb
reporter-Gyanaranjan ojha
place-jajpur
date-15.11.19
anchor--- ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ହଟ୍ଟଗୋଳ । ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା। ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ରାଣୀପଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ସହାୟିକା ପଦବୀ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ପୂର୍ବରୁ ଏହି କେନ୍ଦ୍ରରେ ଗ୍ରାମର କନକଲତା ଦେହୁରୀ ନାମକ ଜଣେ ମହିଳାଙ୍କୁ ସହାୟିକା ପଦରେ ନିଯୁକ୍ତି ଦିଆଯାଇଥିଲା । ପରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କନକଲତାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇ ଯୋଗ୍ୟତା ଭିତ୍ତିରେ ଗାଁର ଜଣେ ବିଧବା ମହିଳା ଲିଲିବାଳା ସାହୁଙ୍କୁ ସେହି ସ୍ଥାନରେ ଅବସ୍ଥାପିତ କରାଯାଇଛି । ଯାହାକୁ ବିରୋଧ କରି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ କନକଲତାଙ୍କ ସମର୍ଥକ ଗୋଷ୍ଠୀ। କାହିଁକି ତାଙ୍କୁ ନିଯୁକ୍ତି ଦିଆଯାଇ ପରେ କାର୍ଯ୍ୟରୁ ଅନ୍ତର କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରରେ ତାଲା ପଡିରହିବା ଫଳରେ କୁନିକୁନି ପିଲାମାନେ ପାଠ ପଢି ନପାରି ଘରକୁ ଫେରିଛନ୍ତି। ସେହିପରି ଅଙ୍ଗନବାଡି କର୍ମୀ ଏଥିରେ ନିରୁପାୟ ହୋଇ ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଥିବା କହିଛନ୍ତି । ତେବେ ତୁରନ୍ତ ଉପରିସ୍ଥ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବୀ କରିଛନ୍ତି ଗ୍ରାମବାସୀ । ସେପଟେ ଏ ସମ୍ପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ଆମେ ସ୍ଥାନୀୟ ଦାନଗଦୀ ସିଡିପିଓଙ୍କ ଅଫିସ୍ କୁ ଯାଇଥିଲେ ମଧ୍ୟ ସେ ସେଠାରେ ଉପସ୍ଥିତ ନଥିଲେ । ସେ ଆଜି ଠାରୁ ଏକ ମାସ ପାଇଁ ଗୌହାଟିକୁ ଏକ ଟ୍ରେନିଂରେ ଯାଇଥିବା ଜାଣିବାକୁ ମିଳିଥିଲା ।
bite୦୧--କନକଲତା ଦେହୁରୀ, ତାଲା ପକାଇ ଥିବା ପୂର୍ବତନ ସହାୟିକା
bite୦୨--ଲିଲିବାଳା ସାହୁ,ନବନିଯୁକ୍ତ ସହାୟିକା
bite୦୩--ଗୋଲାପ ରଣା,ଗ୍ରାମର ମହିଳା
bite-୦୪--ରଞ୍ଜିତା ବେହେରା,ଅଙ୍ଗନବାଡି କର୍ମୀ
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.