ETV Bharat / state

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶାହା

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସି ଶେଷ ନିର୍ବାଚନୀ ପ୍ରଚାରରେ ଯୋଗ ଦେଇଛନ୍ତି ।

author img

By

Published : Apr 28, 2019, 1:21 AM IST

ଫୋଟୋ ସୌଜନ୍ୟ: ଯାଜପୁର ପ୍ରତିନିଧି

ଯାଜପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସି ଶେଷ ନିର୍ବାଚନୀ ପ୍ରଚାରରେ ଯୋଗ ଦେଇଛନ୍ତି । ଶାହା ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ମୋରୋଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସାରି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଡୁବୁରି ହାଟପଡ଼ିଆ ଆସି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ଯାଜପୁର ପ୍ରତିନିଧି

ଅମିତ ଶାହା ଯାଜପୁର ସାଂସଦ ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ ଆଉ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କ ନିମନ୍ତେ ଭୋଟ ଭିକ୍ଷା କରିବା ସହ ନବୀନ ପଟ୍ଟନାୟକଙ୍କ ସରକାର ଉପରେ ନିର୍ଦ୍ଧୁମ ବର୍ଷିଛନ୍ତି । ଓଡିଶାରୁ ବିଜେଡିକୁ ଓପାଡି ଫୋପାଡ଼ି ଦେବାକୁ କହିବା ସହ ନାହିଁ ନାହିଁର ସରକାର ବିଜେଡି ସରକାର ବୋଲି ଶାହା କହିଛନ୍ତି । ଏଥିସହିତ ଭାରତ ସାରା ମୋଦି ମୋଦି ଶୁଭୁଥିବା ବେଳେ ଗତ ପାଞ୍ଚ ବର୍ଷ ଭିତରେ ମୋଦି ସରକାର 5ଲକ୍ଷ୍ୟ 56 ହଜାର କୋଟି ଟଙ୍କା ଦେଇଥିଲେ ମଧ୍ୟ ଓଡ଼ିଶାର ବାବୁ, ବିଧାୟକ ସେ ସବୁ ଖାଇଗଲେ ବୋଲି ଶାହା କହିଛନ୍ତି ।

କୋଡିଏ ବର୍ଷ ଭିତରେ ଓଡ଼ିଆ ଭାଷା ଜାଣିନଥିବା ଲୋକକୁ ବିଦା କରି ଓଡ଼ିଆ କହି ପାରୁଥିବା ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଆହ୍ଵାନ କରିଛନ୍ତି । ଏହାଛଡା ଓଡ଼ିଶାରେ ବିଜେପି ସରକାର ଆସିଲେ ଯେଉଁ ନେତା, ମନ୍ତ୍ରୀ ଆଉ ସରକାରୀ ବାବୁ ଚିଟଫଣ୍ଡ ଲୁଟେରା ଙ୍କୁ 90ଦିନ ଭିତରେ ଜେଲରେ ପୁରାଇବେ ବୋଲି କହିଛନ୍ତି ।

ଏଥି ସହିତ ଶାହା କହିଛନ୍ତି ଯେ, କାଶ୍ମୀର ଭାରତର ଅଙ୍ଗ, ମୋଦି ସରକାର ଥିବା ପର୍ଯ୍ୟନ୍ତ କାଶ୍ମୀର ଅଲଗା ହେବାର ପ୍ରଶ୍ନ ଉଠୁନି କିମ୍ବା କାଶ୍ମୀରରେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଆବଶ୍ୟକ ନାହିଁ । ସେଥିପାଇଁ ଭାରତରେ ସ୍ଥିର ସରକାର ଆବଶ୍ୟକ ଏଥିପାଇଁ ମୋଦୀ ସରକାର ଦ୍ୱିତୀୟ ବାର ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଜନସାଧରାଣଙ୍କୁ ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ 19ବର୍ଷର ବିଜେଡି ସରକାରଙ୍କ ଉପରେ ବାର୍ଷିବା ସହିତ କହିଥିଲେ ଜନସାଧାରଣ ବିଜେଡି ସରକାରଙ୍କୁ 19 ବର୍ଷଦେଇ କଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଭାରତର ଅନ୍ୟ ରାଜ୍ୟମାନେ ଭରପୁର ଫାଇଦା ନେଉଥିବା ବେଳେ ବିଜେଡି ସରକାର ଏହି ଯୋଜନାକୁ ବିରୋଧ କରିବାରୁ ଜନସାଧାରଣ ଫାଇଦା ନେଇପାରୁ ନାହାନ୍ତି ବୋଲି ସେ କହଛନ୍ତି ।

ଓଡ଼ିଶାରେ ତିନୋଟି ପର୍ଯ୍ୟାୟରେ ହୋଇ ଯାଇଥିବା ନିର୍ବାଚନ ବିଜେପି ସଂଖ୍ୟା ଗରିଷ୍ଠତା କରିସାରିଥିବା ବେଳେ ଓଡ଼ିଶାରେ ବିଜେପି ନିଶ୍ଚିତ ସରକାର ଗଢ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.