ETV Bharat / state

ଜୀବନଜୀବିକାର ଦୋଛକିରେ କଳିଙ୍ଗନଗର ଶିଳ୍ପାଞ୍ଚଳ ବାସିନ୍ଦା - କ୍ରିଟିକାଲ ପଲ୍ୟୁସନ ଜୋନରେ କଳିଙ୍ଗନଗର ଶିଳ୍ପାଞ୍ଚଳ

ଶିଳ୍ପ କାରଖାନା ଯୋଗୁଁ ପ୍ରଦୂଷଣ ବିଷ ବଳୟରେ ସମଗ୍ର କଳିଙ୍ଗନଗର ଶିଳ୍ପାଞ୍ଚଳ । ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଦିନେ ଶିଳ୍ପକୁ ସ୍ବାଗତ କରିଥିବା ଲୋକଙ୍କ ଜୀବନ ଆଜି ମରଣ ମୁହଁରେ । ଅଧିକ ପଢନ୍ତୁ...

industrial-pollution-problem-in-jajpur
ଜୀବନ ଓ ଜୀବିକାର ଦୋଛକିରେ କଳିଙ୍ଗନଗର ଶିଳ୍ପାଅଞ୍ଚଳ ବାସିନ୍ଦା
author img

By

Published : Feb 8, 2020, 4:41 PM IST

ଯାଜପୁର: ଦିନେ ଶିଳ୍ପକୁ ସ୍ବାଗତ କରିଥିବା ଲୋକଙ୍କ ଜୀବନ ଆଜି ମରଣ ମୁହଁରେ । ଶିଳ୍ପ କାରଖାନା ଯୋଗୁଁ ପ୍ରଦୂଷଣ ବିଷ ବଳୟରେ ସମଗ୍ର କଳିଙ୍ଗନଗର ଶିଳ୍ପାଞ୍ଚଳ । ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ବର୍ତ୍ତମାନ ସମୟରେ ଏଭଳି ମାତ୍ରାଧିକ ବାୟୁ ପ୍ରଦୂଷଣ ଲୋକଙ୍କୁ ଭୟଭୀତ କରିଛି ।

ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ । ନିକଟରେ ଗ୍ରୀନପିସ୍ ପକ୍ଷରୁ ପ୍ରକାଶ ପାଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ରହିଛି କଳିଙ୍ଗନଗର ଶିଳ୍ପାଞ୍ଚଳ । ଏହି ରିପୋର୍ଟରେ ଦେଶର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି ।

ଜୀବନ ଓ ଜୀବିକାର ଦୋଛକିରେ କଳିଙ୍ଗନଗର ଶିଳ୍ପାଅଞ୍ଚଳ ବାସିନ୍ଦା

ଏହି ୬ଟି ସହର ମଧ୍ୟରେ ପାରାଦୀପ ମାନ୍ୟତା (୭୯) ପ୍ରଥମ ଏବଂ କଳିଙ୍ଗନଗର ମାନ୍ୟତା (୮୪) ଦ୍ବିତୀୟ ସ୍ଥାନରେ ରହିଛି । ଦେଶର ୨୮୭ଟି ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଶିଳ୍ପ କାରଖାନା ପାଇଁ ରାଜ୍ୟ ତଥା ଦେଶ ବାହାରୁ ଲକ୍ଷ ଲକ୍ଷ ଲୋକ ଆସି କଳିଙ୍ଗନଗରରେ ବସବାସ କରନ୍ତି । ହେଲେ ଏଠାରେ ବର୍ତ୍ତମାନ ସମୟରେ ଏଭଳି ମାତ୍ରାଧିକ ବାୟୁ ପ୍ରଦୂଷଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି ।

ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ କିଡନି ରୋଗ ଓ ଚର୍ମରୋଗ ଆଦି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ବାୟୁ ପ୍ରଦୂଷଣ ଫଳରେ ଜଳ ଉତ୍ସ ମଧ୍ୟ ପ୍ରଦୂଷିତ ହୋଇଛି । ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ । ତେଣୁ ଏହି ଅଂଚଳକୁ କ୍ରିଟିକାଲ ପଲ୍ୟୁସନ ଜୋନ୍ ଘୋଷଣା କରିବାକୁ ପରିବେଶବିତ ଦାବି କରିଛନ୍ତି । ଯଥାଶିଘ୍ର ଏଭଳି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ। ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

ତେବେ ଅବିଳମ୍ବେ ଏହାର ସମାଧାନ କରାନଗଲେ ଆଇନର ସହାୟତା ନିଆଯିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଏ ସମ୍ପର୍କରେ ଆମେ ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଥିଲୁ । ସେ କହିଲେ ପରିବେଶକୁ ସୁରକ୍ଷା ରଖିବା ପାଇଁ ଆମେ ସବୁ କଲକାରଖାନା ଉପରେ ଆକ୍ସନ ନେଉଛୁ । ଆଉ ଯେଉଁ କମ୍ପାନୀ ଏଥିପ୍ରତି ନଜର ଦେଉ ନାହାଁନ୍ତି ସେ କମ୍ପାନୀ ଉପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ।

କଳିଙ୍ଗନଗରରେ ଛୋଟବଡ ଭାବେ ୧୬ଟି କାରଖାନା ଅଛି । ଯଦି ପରିବେଶର ପ୍ରଦୂଷଣ ପ୍ରତି ପରିବେଶ ବିଭାଗ ଠୁ ଆରମ୍ଭ କରି କଲକାରଖାନା କର୍ତ୍ତୃପକ୍ଷ ଯତ୍ନବାନ ନହେବେ ଏହା ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଆଜିଠୁ ଅନୁମେୟ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Slug – Industrial Pollution Porblem
Format – PKG                                    
Reporter – Gyanaranjan ojha
Place – Jajpur                                    
Date – 4.02.2020
Anchor – ଦିନେ ଶିଳ୍ପକୁ ସ୍ୱାଗତ କରିଥିବା ଲୋକଙ୍କ ଜୀବନ ଆଜି ମରଣ ମୁହଁରେ । ଶିଳ୍ପ କାରଖାନା ଯୋଗୁଁ ପ୍ରଦୂଷଣ ବିଷ ବଳୟରେ ସମଗ୍ର କଳିଙ୍ଗନଗର ଶିଳ୍ପାଂଚଳ । ମାତ୍ରାଧୀକ ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ବର୍ତମାନ ସମୟରେ ଏଭଳି ମାତ୍ରାଧିକ ବାୟୁ ପ୍ରଦୂଷଣ ଲୋକଙ୍କୁ ଭୟଭିତ କରିଛି । ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ । ନିକଟରେ ଗ୍ରୀନପିସ୍ ପକ୍ଷରୁ ପ୍ରକାଶ ପାଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ରହିଛି କଳିଙ୍ଗନଗର ଶିଳ୍ପାଂଚଳ । ଏହି ରିପୋର୍ଟରେ ଦେଶର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି । ଏହି ୬ଟି ସହର ମଧ୍ୟରେ ପାରାଦ୍ୱୀପ ର୍ୟାଙ୍କ ୭୯ ପ୍ରଥମ ଏବଂ କଳିଙ୍ଗନଗର ର୍ୟାଙ୍କ ୮୪ ଯାହା ଦ୍ୱିତୀୟ ସ୍ଥାନରେ ରହିଛି । ଦେଶର ୨୮୭ଟି ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଦେଖନ୍ତୁ ଈଟିଭି ଭାରତର ଏହି ସ୍ପେସାଲ ରିପୋର୍ଟ ।
Body:Vo-୧ – ଏ ହେଉଛି ଏସିଆ ମହାଦେଶର ଇସ୍ପାତ ରାଜଧାନୀ କୁହାଯାଉଥିବା ଯାଜପୁରର କଳିଙ୍ଗନଗର ଶିଳ୍ପାଂଚଳ । ଯେଉଁଠି ରହିଛି ୧୫ରୁ ଉର୍ଦ୍ଧ ଶିଳ୍ପ କାରଖାନା । ହେଲେ ଏସବୁ କଳକାରଖାନା ଯୋଗୁଁ ଆଜି ପ୍ରଦୂଷଣ ବିଷ ବଳୟରେ ଘାଂଟି ହେଉଛନ୍ତି ଅଂଚଳବାସୀ । ମାତ୍ରଧିକ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଅଂଚଳର ବିକାଶ ପାଇଁ ଦିନେ ଶିଳ୍ପକୁ ସ୍ୱାଗତ କରିଥିବା ଲୋକେ ଆଜି ଏହି ଅଂଚଳ ଛାଡିବାକୁ ସ୍ଥିର କଲେଣି । କାରଣ ଏହି ଅଂଚଳ ଏବେ ପ୍ରଦୂଷଣର ଶିକାର । ଏଠି ବଂଚିବା ଏବେ କଷ୍ଟକର । ପ୍ରଦୂଷଣ ଯୋଗୁଁ ବିଭିନ୍ନ ରୋଗର ଶିକାର ହେଉଛନ୍ତି ସ୍ଥାନୀୟ ଲୋକେ । ଏମିତିକି ପ୍ରଦୂଷଣ ଯୋଗୁଁ ଫସଲ ମଧ୍ୟ ନଷ୍ଟ ହୋଇଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ବାୟୁ ପ୍ରଦୂଷଣ ନେଇ ନିକଟରେ ଗ୍ରିନପିସ୍ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ଦେଶର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ରହିଛି କଳିଙ୍ଗନଗର ଶିଳ୍ପାଂଚଳ । ଏହି ରିପୋର୍ଟରେ ଦେଶର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି । ଏହି ୬ଟି ସହର ମଧ୍ୟରେ ପାରାଦ୍ୱୀପ ର୍ୟାଙ୍କ ୭୯ ପ୍ରଥମ ଏବଂ କଳିଙ୍ଗନଗର ର୍ୟାଙ୍କ ୮୪ ଯାହା ଦ୍ୱିତୀୟ ସ୍ଥାନରେ ରହିଛି । ଦେଶର ୨୮୭ଟି ସହରକୁ ନେଇ ଗ୍ରିନପିସ୍ ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇଥିଲା ।
bite.୧ – ଗଣେଶ୍ୱର ବ୍ରହ୍ମହ,କଳିଙ୍ଗନଗର ବାସିନ୍ଦା
bite.୨ –ସୁଶାନ୍ତ ଦାସ, ସ୍ଥାନୀୟ ବାସିନ୍ଦା
vo-୨ – ଶିଳ୍ପ କାରଖାନା ପାଇଁ ରାଜ୍ୟ ତଥା ଦେଶ ବାହାରୁ ଲକ୍ଷ ଲକ୍ଷ ଲୋକ ଆସି କଳିଙ୍ଗନଗର ରେ ବସବାସ କରନ୍ତି । ହେଲେ ଏଠାରେ ବର୍ତମାନ ସମୟରେ ଏଭଳି ମାତ୍ରାଧିକ ବାୟୁ ପ୍ରଦୂଷଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ କିଡନି ରୋଗ ଓ ଚର୍ମରୋଗ ଆଦି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ବାୟୁ ପ୍ରଦୂଷଣ ଫଳରେ ଜଳ ଉତ୍ସ ମଧ୍ୟ ପ୍ରଦୂଷିତ ହୋଇଛି । ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ । ତେଣୁ ଏହି ଅଂଚଳକୁ କ୍ରିଟିକାଲ ପଲ୍ୟୁସନ ଜୋନ୍ ଘୋଷଣା କରିବାକୁ ପରିବେଶବିତ୍ ଦାବୀ କରିଛନ୍ତି । ଯଥାଶିଘ୍ର ଏଭଳି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବୀ ହୋଇଛି । ତେବେ ଅବିଳମ୍ବେ ଏହାର ସମାଧାନ କରା ନଗଲେ ଆଇନର ସହାୟତା ନିଆଯିବ ବୋଲି ସ୍ଥାନୀୟ ବୁଦ୍ଧୀଜିବୀ କହିଛନ୍ତି । ସେପଟେ ଏ ସମ୍ପର୍କରେ ଆମେ ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଥିଲୁ। ସେ କହିଲେ ପରିବେଶକୁ ସୁରକ୍ଷା ରଖିବା ପାଇଁ ଆମେ ସବୁ କଲକାରଖାନା ଉପରେ ଆକ୍ସନ ନେଉଛୁ। ଆଉ ଯେଉଁ କମ୍ପାନୀ ଏଥିପ୍ରତି ନଜର ଦେଉ ନାହାନ୍ତି ସେ କମ୍ପାନୀ ଉପରେ ଆଇନି ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ବାସ୍ତବରେ କିନ୍ତୁ କଳିଙ୍ଗନଗରରେ ଓଲଟା ହେଉଛି ।
bite.୩ – ଅଶ୍ୱିନୀ କୁମାର ଧଳ, ପରିବେଶବିତ୍
bite.୪ –ପ୍ରମୋଦ କୁମାର ବେହେରା, ଆଞ୍ଚଳିକ ଅଧିକାରୀ, ପରିବେଶ ବିଭାଗ, ଯାଜପୁର
Conclusion:Fvo-କଳିଙ୍ଗନଗରରେ ଛୋଟବଡକୀ ଏବେ ୧୬ଟି କାରଖାନା ଅଛି। ଯଦି ପରିବେଶର ପ୍ରଦୂଷଣ ପ୍ରତି ପରିବେଶ ବିଭାଗ ଠୁ ଆରମ୍ଭ କରି କଲକାରଖାନାର କର୍ତ୍ତୃପକ୍ଷ ଯତ୍ନବାନ ନହେବେ ଏହା ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଏହା ଆଜିଠୁ ଅନୁମୟ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.