ETV Bharat / state

ବନ୍ଦ ପଡିଛି ଖଣି: ପୁନଃନିଯୁକ୍ତି ଦାବିରେ ଛଟେଇ ଶ୍ରମିକଙ୍କ ଆନ୍ଦୋଳନ

ଦୀର୍ଘ 6 ମାସ ହେବ ବନ୍ଦ ରହିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣିସ୍ଥିତ ତୈଳଙ୍ଗୀ କ୍ରୋମାଇଟ ଖଣି ଖନନ । ଫଳରେ ଛଟେଇ ଶ୍ରମିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ପୁନଃନିଯୁକ୍ତି ଦାବିରେ ସେମାନେ ଶନିବାର ଠାରୁ ଆନ୍ଦୋଳନରେ ବସିଛନ୍ତି।

author img

By

Published : Jun 8, 2019, 5:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣିସ୍ଥିତ ତୈଳଙ୍ଗୀ ଖଣିରେ ପୁଣି ମୁଣ୍ଡ ଟେକିଛି ଶ୍ରମିକ ଆନ୍ଦୋଳନ । ଓଡିଶା ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ (ଆଇଡିସି) ଦ୍ବାରା ପରିଚାଳିତ ଏହି କ୍ରୋମାଇଟ୍ ଖଣି ଦୀର୍ଘ 6 ମାସ ହେବ ବନ୍ଦ ହୋଇ ହୋଇପଡିଛି। ଫଳ ସ୍ବରୂପ ଏହା ଉପରେ ନିର୍ଭରଶୀଳ ଥିବା ୫୦୦ରୁ ଅଧିକ ଶ୍ରମିକ କାମରୁ ଛଟେଇ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

କୌଣସି ଖଣିରେ ଖନନ କାର୍ଯ୍ୟ ବନ୍ଦ ହେଲେ ମଧ୍ୟ ଏଠାରେ କାର୍ଯ୍ୟରତ ଥିବା ଶ୍ରମିକଙ୍କୁ ଅଧା ଦରମା ମିଳିବାର ବ୍ୟବସ୍ଥା ରହିଛି । ହେଲେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତୈଳଙ୍ଗୀ ଖଣିର ବିଭାଗୀୟ କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି ଶ୍ରମିକଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ଦେଇନାହାଁନ୍ତି । ଏପରିକି ଠିକାଦାରଙ୍କ ଦ୍ୱାରା ବର୍ଷ ବର୍ଷ ଧରି ଠକାମୀର ଶୀକାର ହୋଇ ଆସିଛନ୍ତି ଶ୍ରମିକ । ହେଲେ ଖଣି କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସେମାନେ ଶନିବାର ଆଇଡିସି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯଥାଶୀଘ୍ର ଖଣିକୁ କାର୍ଯ୍ୟକ୍ଷମ କରି ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବା ସହ 30 ବର୍ଷର ଅନ୍ୟାନ୍ୟ ବକେୟା ପାଉଣା ପରିଶୋଧ କରିବାକୁ ସେମାନେ ଦାବି କରିଛନ୍ତି ।

1993 ମସିହାରୁ ଓଡିଶା ରାଜ୍ୟ ଶିଳ୍ପ ନିଗମ ଅଧିନରେ ତୈଳଙ୍ଗୀ ଖଣିରେ ଖନନ କାର୍ଯ୍ୟ ହୋଇଆସୁଥିଲା । ତେବେ 6 ମାସ ଆଗରୁ ରାତିଅଧିଆ ଖଣି ଖନନ ବନ୍ଦ କରିଦେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଗୋଟିଏ ପଟେ ଶ୍ରମିକଙ୍କୁ କୌଣସି କାରଣ ନ ଦର୍ଶାଇ ଖଣିକୁ ବନ୍ଦ କରିଯାଇଥିଲା । ଯାହାକୁ ନେଇ ଶ୍ରମିକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ନିଜର ଦାବି ପୂରଣ ନେଇ ପୂର୍ବରୁ ମଧ୍ୟ ଆନ୍ଦୋଳନ କରିଥିଲେ ଶ୍ରମିକ। ତେବେ ଗତବର୍ଷ ନଭେମ୍ବରରୁ ଖଣି ଖନନ ବନ୍ଦ ରହିଥିବା ବେଳେ ଡିସେମ୍ବର ମାସରେ ଏକ ପ୍ରତିନିଧି ଦଳ ଏସମ୍ପର୍କରେ କଳିଙ୍ଗନଗର ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏନେଇ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଏବେ ପୁଣିଥରେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନରେ ବସିଛନ୍ତି ଛଟେଇ ଶ୍ରମିକ। ସେପଟେ ଶ୍ରମିକଙ୍କର ଏହି ସମସ୍ୟା ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଆଇଡିସି ଦ୍ୱାରା ଏହି କ୍ରୋମାଇଟ୍ ଖଣି ହେଉଛି ସରକାରୀ ସ୍ବୀକୃତିପ୍ରାପ୍ତ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ଏଠାରୁ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବାକୁ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.