ETV Bharat / state

ବିଜୟ ହାସଲ ଭୋଟରଙ୍କ ଭଲ ପାଇବା ଉପରେ ନିର୍ଭରଶୀଳ: ପ୍ରଣବ ବଳବନ୍ତରାୟ - ପ୍ରଣବ

ଧର୍ମଶାଳା ବିଧାନସଭା ଆସନ ପାଇଁ ପୁଣି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଣବଙ୍କୁ ପ୍ରାର୍ଥୀ କରାଯାଇ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ।

ଫଟୋ ସୌଜନ୍ୟ: ପ୍ରତିନିଧି ଯାଜପୁର
author img

By

Published : Mar 29, 2019, 11:57 AM IST

ଯାଜପୁର: ଧର୍ମଶାଳା ବିଧାନସଭା ଆସନରେ ପୁଣି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଣବଙ୍କୁ ପ୍ରାର୍ଥୀ କରାଯାଇ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ । ପୁଣିଥରେ ବିଜେଡି ଟିକେଟ ମିଳିବା ପରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଦେଇଛନ୍ତି ପ୍ରତିକ୍ରିୟା । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପ୍ରତି ବିଶ୍ବାସ ଓ ଭରସା ପାଇଁ କୃତଜ୍ଞତା ଦେଇଛନ୍ତି । ଧର୍ମଶାଳାବାସୀଙ୍କ ଇଚ୍ଛାଶକ୍ତା, ଉତ୍ସାହକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବା କଥା ସେ କହିଛନ୍ତି ।

ଖବର ଅନୁଯାୟୀ 2014 ମସିହାରେ ପ୍ରଥମ ଥର ପାଇଁ ପ୍ରଣବଙ୍କୁ ଟିକେଟ ଦେଇ ବିଧାୟକ ହେବାର ସୁଯୋଗ ଦେଇଥିଲେ ବିଜେଡି ସୁପ୍ରିମୋ । ବିଧାୟକ ହେବା ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରୀ କରି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭାଜନ ହୋଇଥିଲେ ପ୍ରଣବ । ତାଙ୍କୁ ଦଳୀୟ ଟିକେଟ ମିଳିବା ପରେ ତାଙ୍କର ଅଗଣିତ କର୍ମୀ ଓ ପ୍ରଶଂସକ ବିଧାୟକଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି । ରାଜ୍ୟ ସରକାରଙ୍କର ବିକାଶ ଧାରା ଓ ସବୁବର୍ଗର ଲୋକଙ୍କୁ ସାଥିରେ ନେଇ ବିପୁଳ ସଂଖ୍ୟାରେ ଜିତିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି । ଏହାସହ ଜଣେ ରାଜନେତା କେତେ ବ୍ୟବଧାନରେ ବିଜୟ ହେବ ତାହା ଭୋଟରଙ୍କ ଭଲ ପାଇବା ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । 2014ରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁଳ ଭୋଟ ବ୍ୟବଧାନରେ ଜିତିବା ଶ୍ରେୟ ଧର୍ମଶାଳାବାସୀଙ୍କୁ ଦେଇଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ ।

ଏଠାରେ ସୂଚନାଯୋଗ୍ୟ ଯେ ଧର୍ମଶାଳା ବିଧାନସଭା ଆସନରୁ ସ୍ୱର୍ଗତ କଳ୍ପତରୁ ଦାସ ଏକାଧିକ ବାର ପ୍ରତିନିଧିତ୍ଵ କରିବା ପରେ 2014 ମସିହାରେ ତାଙ୍କ ସୁପୁତ୍ର ପ୍ରଣବ ବଳବନ୍ତରାୟଙ୍କୁ ବିଧାୟକ ହେବା ପାଇଁ ସୁଯୋଗ ମିଳିଥିଲା । ସ୍ୱର୍ଗତ ଦାସ ସେହିବର୍ଷ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନଓଝା, ଇଟିଭି ଭାରତ

Slug –  ସ୍ୱଚ୍ଛ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ଜାଗତୟାର ଜିଲ୍ଲା ପ୍ରଶାସନ  ।
Report- Ranjan Rath
Date –27-3-19
Formate – ONE TO ONE
Anchar – – ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରସ୍ତୁତି ବଢ଼ିବାରେ ଲାଗିଛି  । ସେ ରାଜନୈତିକ ଦଳ କଥା କୁହନ୍ତୁ ଅବା ଜିଲ୍ଲାପ୍ରଶାସନଙ୍କ କଥା   । ସମସ୍ତେ ଲାଗିପଡ଼ିଛନ୍ତି ଯେ ଯାର ପ୍ରସ୍ତୁତିରେ  । ତେବେ ଏଥର ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନିଜକୁ ଯୋରଦାର ପ୍ରସ୍ତୁତ କରିଛି ଜିଲ୍ଲାପ୍ରଶାସନ  । ଯେମିତି କୈଣସି ଭୋଟରଙ୍କୁ ଅର୍ଥ , ମଦ ଦ୍ୱାରା ପ୍ରଭାବତ କରାନଯବ ସେଥିପାଇଁ ଥାକ  ଥାକକୁ ଚାଲିଛି ଯାଚଂ ପରତାଲ  । ସହରକୁ ପ୍ରବେଶ ପଥ ସିଲ କରି ବିଭିନ୍ନ ଯାନ ବାହାନ ତନଖି କରୁ ଛନ୍ତି ସରଭେଲେନଓ ଟିମ  । ଏଭଳି ଏକ ସରଭେଲେନଓ ଟିମ ସହ ଆମେ ସିଧା ସଳଖ କଥା ହୋଇଥିଲୁ  । ଚାଲନ୍ତୁ ଜାଣିବା କଣ ରହିଛି ଅବାଧ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ଯୋଜନା  ।
ONE TO ONE

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.