ETV Bharat / state

ଦୀର୍ଘ 21ଦିନ କ୍ବାରେଣ୍ଟାଇନରେ ରହି ଯାଜପୁରରୁ ଆମେଥି ଫେରିଲେ ପ୍ରବାସୀ - migrants returned to Amethi

ଉତ୍ତରପ୍ରଦେଶ ଆମେଥି ଅଞ୍ଚଳର ଅଧିବାସୀ ଶ୍ରମିକ ଦୀର୍ଘ 21ଦିନ ଧରି ଯାଜପୁର ରୋଡ ସ୍ଥିତ ଏନସି ହାଇସ୍କୁଲ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ନିଜ ଭିଟାମାଟିକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଦୀର୍ଘ 21ଦିନ କାଳ କ୍ବାରେଣ୍ଟାଇନରେ ରହି ସୁଦୂର ଆମେଥିକୁ ଫେରିଲେ ପ୍ରବାସୀ

author img

By

Published : May 23, 2020, 4:19 PM IST

ଯାଜପୁର: ଦୀର୍ଘ 21ଦିନ କାଳ କ୍ବାରେଣ୍ଟାଇନରେ ରହିବା ପରେ ସୁଦୂର ଆମେଥିର ନିଜ ଭିଟାମାଟିକୁ ଫେରିଛନ୍ତି ପ୍ରବାସୀ । ଯାଜପୁର ରୋଡ ଏନସି ହାଇସ୍କୁଲ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ଏମାନେ । କିଏ ବାହାର ରାଜ୍ୟରୁ ଜିଲ୍ଲାକୁ ଫେରିଥିଲେ ତ ଆଉ କିଏ ନିଜ ରାଜ୍ୟକୁ ଫେରିବା ସମୟରେ ପ୍ରଶାସନର ନଜରରେ ପଡିଥିଲେ ।

ଦୀର୍ଘ 21ଦିନ କାଳ କ୍ବାରେଣ୍ଟାଇନରେ ରହି ସୁଦୂର ଆମେଥିକୁ ଫେରିଲେ ପ୍ରବାସୀ

ତେବେ ଉତ୍ତରପ୍ରଦେଶ ଆମେଥି ଅଞ୍ଚଳର ଅଧିବାସୀ ଶ୍ରମିକ ଦୀର୍ଘ 21ଦିନ ଧରି ଏଠାରେ କ୍ବାରେଣ୍ଟାଇନରେ ରହିଥିଲେ । ଏମାନେ ପଡୋଶୀ ଢେଙ୍କାନାଳ ଭୁବନଠାରେ ପାଇପ୍ ଲାଇନ୍ କାମରେ ନିୟୋଜିତ ଥିଲେ । ଲକଡାଉନ ଯୋଗୁଁ ବନ୍ଦ ହୋଇଗଲା କାମ । ପାଖରେ ଯାହା ପଇସା ଥିଲା ତାହା ବି ସରିଗଲା । ଘରକୁ ଫେରିବାର ବି ନଥିଲା କୌଣସି ଉପାୟ । ଶେଷରେ ଚାଲିଚାଲି ନିଜ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ଏମାନେ । ହେଲେ ରାସ୍ତାରେ ଯାଉଥିବା ବେଳେ ପ୍ରଶାସନର ନଜରରେ ପଡିଥିଲେ । ତତକ୍ଷଣାତ୍ ଏମାନଙ୍କୁ ନେଇ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା ।

କେବଳ ସଙ୍ଗରୋଧ କେନ୍ଦ୍ରରେ ଘର କଥା ମନେ ପକାଇ ଦୁଃଖରେ ଶ୍ରମିକଙ୍କ ଦିନ କଟୁଥିଲା । ଏବେ ପୌର ପ୍ରଶାସନ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏମାନେ ନିଜ ଘରକୁ ଫେରିବାର ସୁଯୋଗ ପାଇଲେ । ଯାହାକୁ ନେଇ ସେମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.