ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଆଉ ୩ କୋର୍ଟ ଚାଲାଣ, ଗିରଫ ସଂଖ୍ୟା ୧୫ରେ ପହଞ୍ଚିଲା - ବିଞ୍ଝାରପୁର ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବିଞ୍ଝାରପୁରର ବାଛୋଳ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ଆଉ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

accused forwarded to court in the binjharpur journalist attack case in jajpur
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଆଉ ୩ ଜଣଙ୍କୁ କୋର୍ଟ ଚାଲାଣ
author img

By

Published : Feb 23, 2022, 3:45 PM IST

ଯାଜପୁର: ବିଞ୍ଝାରପୁରର ବାଛୋଳ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି(ବୁଧବାର) ଆଉ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହାକୁ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୨୦ ତାରିଖରେ ବିଞ୍ଝାରପୁର ବାଛୋଳ ଗାଁରେ ମତଦାନ ସମୟରେ ବୁଥ୍‌ ରିଗିଂ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଖବର ସଂଗ୍ରହବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ ।

ଦୁବୃର୍ତ୍ତଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହେଇଥିଲେ ସାମ୍ବାଦିକ । ଏହି ଘଟଣାକୁ ଗୁରୁତର ସହ ନେଇ ୧୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣାରେ ଆଉ ୩ ଅଭିଯୁକ୍ତ ପ୍ରଶାନ୍ତ ମଲ୍ଲିକ, ପ୍ରଦୀପ ମଲ୍ଲିକ ଓ ଶରତ ମଲ୍ଲିକକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ତେବେ ଏହି ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.