ଯାଜପୁର: ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଗ୍ରାମରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି । ଗତ ରବିବାର ବିଳମ୍ବିତ ରାତିରେ ଝୁମ୍ପାଣ ସ୍କୁଲ୍ ନିକଟରେ ଭାଇକୁ ମାଡ଼ ମାରି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଦୁର୍ବୃତ୍ତ l ନିଜକୁ ରକ୍ଷା କରିବାକୁ ଯାଇ ସ୍କୁଲ୍ ଛାତ ଉପରୁ ଡେଇଁ ପଡ଼ିଥିଲେ ପୀଡ଼ିତା ।
ଏହା ବି ପଢ଼ନ୍ତୁ ସାହାଯ୍ୟ କରିବା ନାଁରେ ଦୁଷ୍କର୍ମ ଉଦ୍ୟମ, ଛାତରୁ ଡେଇଁଲେ ନାବାଳିକା
ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଜଘନ୍ୟ ଘଟଣାକୁ ଯାଜପୁର ଏସପି ରାହୁଲ ପିଆର ଗୁରୁତର ସହ ନେଇ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ । ଗତକାଲି(ସୋମବାର) ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିଲା । ଆଜି(ମଙ୍ଗଳବାର) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଖବର ପଦାକୁ ଆସିବା ପରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।
ରବିବାର ରାତିରେ ଝୁମ୍ପାଣ ସ୍କୁଲ୍ ନିକଟରେ ଜଣେ ନାବାଳିକ ଓ ନାବାଳିକା ଭାଇଭଉଣୀ ନିଜ ସମ୍ପର୍କୀୟ ଘରକୁ ଯାଉଥିଲେ । ରାତି ଅଧିକ ହେବାରୁ ଏକ ମନ୍ଦିରରେ ଆଶ୍ରୟ ନେଇଥିଲେ । ଏହି ସମୟରେ ଅଭିଯୁକ୍ତ ପହଞ୍ଚି ସ୍ଥାନୀୟ ସ୍କୁଲ୍ରେ ଆଶ୍ରୟ ନେଇଥିଲେ । ଏହି ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ସେ ଜୀବନ ବିକଳରେ ଛାତ ଉପରୁ ଡେଇଁ ପଡ଼ିଥିଲେ ।
ଇଟିଭି ଭାରତ, ଯାଜପୁର