ETV Bharat / state

ଚଳନ୍ତା ଟ୍ରେନ ସାମନାରେ ଅତିକ୍ରମ କରୁଥିଲେ ମାତାଲ, ମୃତ୍ୟୁମୁଖରୁ ବଞ୍ଚାଇଲେ ଯୁବଗୋଷ୍ଠୀ - drunken man

ଯାଜପୁର ରୋଡ ରେଳଫାଟକ ନିକଟରେ ନିଶାରେ ଟୁଲ ହୋଇ ଜଣେ ବ୍ୟକ୍ତି ଟ୍ରେନ ସାମନାରେ ଅତିକ୍ରମ କରୁଥିବାବେଳେ ଦେବଦୂତ ସାଜି ତାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ବ୍ୟାସନଗରର କିଛି ଯୁବକ।

ମାତାଲ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ
ମାତାଲ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ
author img

By

Published : Dec 2, 2020, 5:01 PM IST

ଯାଜପୁର: ମଦ ପିଇ ମାତାଲ ବ୍ୟକ୍ତିଙ୍କ କାରନାମା । ନିଶାରେ ଟୁଲ ହୋଇ ରେଳଲାଇନ ଅତିକ୍ରମ କରୁଥିବାବେଳେ ଦେବଦୂତ ସାଜି ମୃତ୍ୟୁମୁଖରୁ ବଞ୍ଚାଇଲେ ବ୍ୟାସନଗରର କିଛି ଯୁବକ। ଆଜି(ବୁଧବାର) ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ରୋଡ ରେଳଫାଟକ ନିକଟରେ।

ମାତାଲ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ

ଦେଖନ୍ତୁ ମଦ୍ୟପଙ୍କ ଉନ୍ମତକାଣ୍ଡକୁ । କିଭଳି ଭାବେ ଜଣେ ମଦ୍ୟପ ବ୍ୟକ୍ତି ଆସୁଥିବା ଏକ ଟ୍ରେନ ସାମନାରେ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ମଦ ନିଶାରେ ନିଜ ନିକଟ ଦେଇ ଟ୍ରେନ ଯାଉଥିବାବେଳେ ସେ ଜାଣି ପାରୁନାହାନ୍ତି। ଆଉ ଟ୍ରେନ ନିକଟକୁ ଯାଉଛନ୍ତି ।

ସୌଭାଗ୍ୟବଶତଃ ଚଳନ୍ତା ଟ୍ରେନ ଅତିକ୍ରମ କରିବାକୁ ଯାଉଥିବାବେଳେ ଏହାକୁ ଦେଖି ଫାଟକ ସେପଟେ ଟ୍ରେନ ଯିବାକୁ ଅପେକ୍ଷା କରିଥିବା କିଛି ଯୁବକ ମଦ୍ୟପକୁ ବଞ୍ଚେଇବା ପାଇଁ ତାଙ୍କ ନିକଟକୁ ଧାଇଁ ଯାଇଥିଲେ। ତେବେ ମଦ୍ୟପକୁ ଦୀର୍ଘ ସମୟ ଟଣା ଘୋଷରା କରି ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ଥିଲେ ଏହି ଯୁବକମାନେ। ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ଏଭଳି ସାହାସିକତା ସାଧାରଣରେ ଖୁବ ପ୍ରଶଂସା ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.