ଯାଜପୁର: ଜିଲ୍ଲା ସୁକିନ୍ଦା କାଳିଆପାଣିରେ ଏକ ଅଭାବନୀୟ ଘଟଣା ଘଟିଛି । ସାହାଯ୍ୟ କରିବା ନାଁରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି କିଛି ଯୁବକ । ଜୀବନ ବିକଳରରେ ଏକ ସ୍କୁଲ୍ ଛାତରୁ ଡେଇଁ ପଡ଼ିଛନ୍ତି ନାବାଳିକା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଟାଟା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେବି ସଙ୍କଟାପନ୍ନ ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଏହାକୁ ନେଇ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।
ରବିବାର ରାତିରେ ଝୁମ୍ପାଣ ସ୍କୁଲ୍ ନିକଟରେ ଜଣେ ନାବାଳିକ ଓ ନାବାଳିକା ଭାଇଭଉଣୀ ବାଇକରେ ଯାଉଥିଲେ । ଏହି ସମୟରେ ୫ ଯୁବକ ତାଙ୍କୁ ଅଟକାଇ ରାତିରେ ନଯାଇ ପାଖ ଝୁମ୍ପାଣ ସ୍କୁଲ୍ ଛାତ ଉପରେ ଶୋଇ ପଡ଼ିବାକୁ କହିଥିଲେ । ଦୁ୍ର୍ବୃତ୍ତଙ୍କ କଥାରେ ଭାଷି ଯାଇଥିଲେ ଭାଇଭଉଣୀ । ଏହାପରେ ଅଭିଯୁକ୍ତ ନାବାଳକକୁ ନିସ୍ତୁକ ମାଡ଼ ମାରିବା ସହ ନାବାଳିକାଙ୍କ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହାପରେ ନିଜକୁ ବଞ୍ଚାଇବାକୁ ଯାଇ ସ୍କୁଲ୍ ଛାତ ଉପରୁ ଡେଇଁ ପଡ଼ିଥିଲେ ନାବାଳିକା । ନାବାଳିକାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକ ପହଞ୍ଚିଥିଲେ । ଏହାପରେ ମୁର୍ମୁଷୁ ଅବସ୍ଥାରେ ନାବାଳିକାଙ୍କୁ ଟାଟା ମେଡିକାଲ୍ରେ ଭର୍ତ୍ତି କରାଇଥିଲେ ।
ଉଭୟ ଭାଇଭଉଣୀ କେନ୍ଦୁଝର ଜିଲ୍ଲାର ବୋଲି ଜଣା ପଡ଼ିଛି । ନାବାଳକଙ୍କ ସ୍ବାସ୍ଥ୍ୟାବସ୍ତାରେ ଉନ୍ନତି ଆସୁଥିବା ବେଳେ ନାବାଳିକାଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଅଟକ ରଖି ପଚରାଉଚରା ଆରମ୍ଭ କରିଛି କଳିଙ୍ଗନଗର ପୋଲିସ୍ ।