ETV Bharat / state

ଆଧାର କାର୍ଡ ଜାଲିଆତି ଓ ବହୁପତ୍ନୀ ଅଭିଯୋଗରେ ବନ୍ଧା ହେଲା ବିଟୁ - A man arrested in crime for possessing Double Aadhaar card

ଜାଲ ଆଧାରକାର୍ଡ କରି ଫସିଲେ ଯୁବକ। ଅଭିଯୁକ୍ତ ବିଟୁ ବିଶ୍ବାସ ଓରଫ ଶେଖ ସୋଲେମାନକୁ ଗିରଫ କରି ଯାଜପୁର ରୋଡ ପୋଲିସ କୋର୍ଟ ଚାଲାଣ କରିଛି।

A man arrested in crime for possessing Double Aadhaar card
ଆଧାର କାର୍ଡ ଜାଲିଆତି ଓ ବହୁ ପତ୍ନୀ ଅଭିଯୋଗରେ ବନ୍ଧା ହେଲା ବିଟୁ
author img

By

Published : Dec 23, 2019, 9:25 PM IST

ଯାଜପୁର: ଆଧାର କାର୍ଡ ଜାଲିଆତି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ରୋଡ ପୋଲିସ । ଗିରଫ ଅଭିଯୁକ୍ତ ବିଟୁ ବିଶ୍ବାସ ଓରଫ ଶେଖ ସୋଲେମାନ ବୋଲି ଜଣାପଡିଛି। ତା' ବିରୁଦ୍ଧରେ ଭାରତୀୟ ଦଣ୍ଡବିଧାନ ଆଇନର ଧାରା 468, 471, 494 ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଆଧାର କାର୍ଡ ଜାଲିଆତି ଓ ବହୁ ପତ୍ନୀ ଅଭିଯୋଗରେ ବନ୍ଧା ହେଲା ବିଟୁ

ଅଭିଯୁକ୍ତ ବିଟୁ ଜାଲ କାଗଜପତ୍ର ପ୍ରସ୍ତୁତ କରିବା ସହ ନକଲି କାଗଜପତ୍ର ଜରିଆରେ ସମ୍ପତ୍ତି କ୍ରୟ କରୁଥିଲା । ଏହା ସହ ଏକାଧିକ ପତ୍ନୀ ଗ୍ରହଣ କରିଥିଲା । ତା' ନାଁରେ ପ୍ରଥମେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳରେ ଗୋଟିଏ ଆଧାରକାର୍ଡ ଥିବାବେଳେ ଯାଜପୁର ରୋଡ ଚୋରଦା ଅଞ୍ଚଳରେ ଆଉ ଏକ ଆଧାରକାର୍ଡ ଥିଲା ।

ଉଭୟ ଆଧାରକାର୍ଡର ନମ୍ବର ସମାନ ରହିଥିଲା । ଏ ନେଇ ସ୍ଥାନୀୟ ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏ ଘଟଣାର ତଦନ୍ତ କରି ତାକୁ ଗିରଫ କରିଥିଲା । ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଦାବି କରିଛି ବିଶ୍ବହିନ୍ଦୁ ପରିଷଦ।

ଯାଜପୁରରୁ ଜ୍ଞାନ ଓଝା, ଇଟିଭି ଭାରତ

Intro:DOUBLE ADHAR FOLLOWUP
ଆଙ୍କର
ଗୋଟିଏ ବ୍ୟକ୍ତି ନାଁରେ ଦୁଇ ଦୁଇଟି ଆଧାର କାର୍ଡ ଜାଲିଆତି ଘଟଣାରେ ଅଭିଯୁକ୍ତ ବିଟୁ ବିଶ୍ୱାସ ଓରପଂ ଶେଖ ସୋଲେମାନଙ୍କୁ ଯାଜପୁରରୋଡ ପୋଲିସ ଗିରପଂ କରି କୋର୍ଟ ଚାଲାଣ କରିଛି । ବିଟୁ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୬୮,୪୭୧,୪୯୪ ଅନୁଯାୟୀ ମାମଲା ରୁଜୁ କରିଛି । ଜାଲିଆତି କାଗଜ ପତ୍ର ପ୍ରସ୍ତୁତ କରିବା,ଜାଲିଆତି କାଗଜପତ୍ରକୁ ବ୍ୟବହାର କରି ସଂପତି କ୍ରୟ କରିବା ଏବଂ ଏକାଧିକ ପତ୍ନି ଗ୍ରହଣ କରିବା ଆଦି ଅଭିଯୋଗରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ବିଟୁ ଓରପଂ ସୋଲେମାନଙ୍କ ନାଁରେ ପ୍ରଥମେ ପଶ୍ଚିମ ବଂଗର ମୁର୍ସିଦାବାଦ ଅଂଚଳରେ ଗୋଟିଏ ଆଧାରକାର୍ଡ ରହିଥିବା ବେଳେ ଅନ୍ୟଟି ଯାଜପୁରରୋଡ ଚୋରଦା ଅଂଚଳରେ ବୋଲି ଜଣାପଡିଥିଲା କିନ୍ତୁ ଉଭୟ ଆଧାର କାର୍ଡରେ ଗୋଟିଏ ନମ୍ବର ରହିଥିଲା । ଏ ନେଇ ସ୍ଥାନୀୟ ବଜରଂଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଯାଜପୁରରୋଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାର ଅଧିକ ତଦନ୍ତ କରିବାକୁ ଦାବି କରିଛି ବିଶ୍ୱହିନ୍ଦୁ ପରିଷଦ ।
ବାଇଟ୍:ଚିନ୍ମୟ ସ୍ୱରୁପ ପଣ୍ଡା,ପ୍ରବକ୍ତା,ବିଶ୍ୱହିନ୍ଦୁ ପରିଷଦ
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.