ETV Bharat / state

ଶୋବରା ଗାଁ ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ରୋଡ ଥାନା ଶୋବରା ଗାଁ ନିକଟରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ପରିବାର ଆଣିଲେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Feb 3, 2022, 9:53 PM IST

Updated : Feb 3, 2022, 10:30 PM IST

ଶୋବରା ଗାଁ ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଶୋବରା ଗାଁ ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ରୋଡ ଥାନା ଶୋବରା ଗାଁ ନିକଟରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ପରିବାର ଆଣିଲେ ହତ୍ୟା ଅଭିଯୋଗ । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଶୋବରା ଗାଁ ଛକରେ ଥିବା ଏକ ଗଛରେ କେନ୍ଦୁଝର ଜିଲ୍ଲା ଶୁଆକାଟି ଗାଁର ରୀତା ଠାକୁରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ଏହାପରେ ଗାଁ ଲୋକେ ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ। ତେବେ ଝିଅକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ମୃତ ରୀତାଙ୍କ ଭାଇ ସୁଦନ ଠାକୁରଙ୍କ ଏତଲାକୁ ଆଧାର କରି ଯାଜପୁର ରୋଡ ପୋଲିସ ପକ୍ଷରୁ କେସ ନମ୍ବର ୩/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି ।

ଏପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 3, 2022, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.