ETV Bharat / state

ସାରାଦେଶକୁ ସିମ୍ ପଠାଉଥିଲା ଯାଜପୁର ଯୁବକ, ବାନ୍ଧିଲା ଦିଲ୍ଲୀ ପୋଲିସ

author img

By

Published : Aug 11, 2021, 2:00 PM IST

ନକଲି ଆଇଡି ତିଆରି କରି ଅନଲାଇନ ଠକେଇ ପାଇଁ ସାରା ଦେଶକୁ ସିମ୍ ପଠାଉଥିଲେ ଯାଜପୁର ଯୁବକ । ଟ୍ରେସ କରି ଗିରଫ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ସାଇବର ଠକେଇ ଅଭିଯୋଗରେ ବରୀ ଯୁବକଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ

ଯାଜପୁର: ଦିଲ୍ଲୀ ପୋଲିସର ବରୀରେ ଚଢାଉ। ଅନଲାଇନରେ ଠକେଇ କରିଥିବା ଯୁବକଙ୍କୁ କଲା ଗିରଫ। ଅନଲାଇନ ଠକେଇ ଅଭିଯୋଗରେ ଦିଲ୍ଲୀ ପୋଲିସ ଯାଜପୁର ପହଞ୍ଚି ବରୀ ପୋଲିସ ସହାୟତାରେ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ବରୀ ଥାନା ଅଧୀନସ୍ଥ ଭୂରୁଙ୍ଗା ଗାଁର ପ୍ରିତମ କର (୩୦) ବୋଲି ଜଣାପଡିଛି ।

ସୂଚନା ଅନୁସାରେ ପ୍ରିତମ ଫେକ୍ ଆଇଡି ବନାଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଆଦି ରାଜ୍ୟରେ ରହୁଥିବା ସାଇବର ଠକମାନଙ୍କ ନିକଟକୁ ସିମ ପଠାଉ ଥିଲା । ଯେଉଁ ସିମ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକୁଥିଲେ । ବରୀରେ ରହି ବିଭିନ୍ନ ଅଞ୍ଚଳକୁ କୋରିଅର ମାଧ୍ୟମରେ ସିମ କାର୍ଡ ପଠାଉଥିବା ପୋଲିସ ସୂଚନା ଦେଇଛି। ଅଧିକ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ବରୀରେ ପହଞ୍ଚି ଥିଲା ।

ମଙ୍ଗଳବାର ରାତିରେ ପ୍ରିତମଙ୍କୁ ଗିରଫ କରାଯାଇ ବରୀ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଦିଲ୍ଲୀ ପୋଲିସ ଆଜି ତାକୁ କୋର୍ଟରେ ହାଜର କରିବା ପରେ ଦିଲ୍ଲୀ ନେଇପାରେ ବୋଲି ବରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.