ETV Bharat / state

ଯାଜପୁରରେ ଗୋଟିଏ ଦିନରେ 98 କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : Aug 17, 2020, 4:02 PM IST

Updated : Aug 17, 2020, 7:41 PM IST

ଗୋଟିଏ ଦିନରେ ଯାଜପୁରରୁ 98 ପଜିଟିଭ୍ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ଭିତରେ ବଢିଛି ଚିନ୍ତା । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା 2140ରେ ପହଞ୍ଚି ସାରିଲାଣି । ଅଧିକ ଖବର ପଢନ୍ତୁ...

ଯାଜପୁରରେ ଗୋଟିଏ ଦିନରେ 98 କୋରୋନା ପଜିଟିଭ୍ ଚିହ୍ନଟ
ଯାଜପୁରରେ ଗୋଟିଏ ଦିନରେ 98 କୋରୋନା ପଜିଟିଭ୍ ଚିହ୍ନଟ

ଯାଜପୁର: ଗୋଟିଏ ଦିନରେ 98 ପଜିଟିଭ୍ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ଭିତରେ ବଢିଛି ଚିନ୍ତା । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା 2140 ରେ ପହଞ୍ଚି ସାରିଲାଣି । ସେପଟେ 1603 ଜଣ ଇତି ମଧ୍ୟରେ ସୁସ୍ଥ ହୋଇ ଫେରିଛନ୍ତି ।

ସେହିପରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 532 ସକ୍ରିୟ ମାମଲା ରହିଛି । ଟାଟା କୋଭିଡ ହସପିଟାଲରେ 150 ଜଣ ଚିକିତ୍ସିତ ହେଉଥିବାବେଳେ ଅବଶିଷ୍ଟ ଆକ୍ରାନ୍ତମାନେ ବିଭିନ୍ନ ଆଇସୋଲେସନ୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ସେପଟେ ନିୟମ କୋହଳ ହେବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନେ କୋଭିଡ ନିୟମ ପାଳନ କରିବାରେ ଖିଲାପ କରୁଛନ୍ତି ।

କିଛି ଲୋକ ମାସ୍କ ପିନ୍ଧୁ ନଥିବାବେଳେ କିଛି ଲୋକ ସାମାଜିକ ଦୂରତ୍ବକୁ ବଜାୟ ରଖିବାକୁ ଭୁଲି ଯାଉଛନ୍ତି । ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରବାସୀ ଜିଲ୍ଲାକୁ ଫେରିଥିବାବେଳେ କଟକଣା କୋହଳ ଯୋଗୁଁ ଧିରେ ଧିରେ ଗୋଷ୍ଠୀ ସଂକ୍ରମଣ ବଢୁଥିବାର ଲକ୍ଷ୍ୟ କରାଯାଉଛି । ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ।

ଅନ୍ୟପଟେ ଆଣ୍ଟିଜେନ ଟେଷ୍ଟ ଚାଲିଥିବାବେଳେ ଏହାକୁ ଅଧିକ ବ୍ୟାପକ କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 17, 2020, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.