ଯାଜପୁର: ଜିଲ୍ଲାରେ ଦିନଦ୍ବିପ୍ରହରରେ ଚାଲିଛି ଲୁଟେରାଙ୍କ ରାଜ । ଆଖି ପିଛୁଳାକେ ବ୍ୟବସାୟୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ ।
ଜିଲ୍ଲାର ଦଶରଥପୁର ବ୍ଲକ ଝୁମ୍ପୁରି ଅଞ୍ଚଳର ବ୍ୟବସାୟୀ ବ୍ୟାଙ୍କରୁ ନଗଦ ୫୦ ହଜାର ଟଙ୍କା ଏବଂ ପାଖରେ ଥିବା ୩୦ ହଜାର ଟଙ୍କା ଏକ ବ୍ୟାଗରେ ରଖି ଗାନ୍ଧିଛକ ଠାରେ ଥିବା ଏକ ହୋଟେଲରେ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନ ଭୋଜନ ସାରି ନିଜ ଗାଡି ଧରି ବାହାରିବାବେଳକୁ ଗାଡିରେ କିଛି ଚୁଇଂଗମ ଲାଗିଥିବା ଦେଖିଥିଲେ । ସେହି ଚୁଇଂଗମ ଛଡାଇବା ପାଇଁ ପାଣି ଆଣିବାକୁ ଯାଇଥିବା ସମୟରେ ଟଙ୍କା ବ୍ୟାଗ ନେଇ ଲୁଟେରା ଫେରାର ହୋଇଯାଇଥିଲେ । ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ