ଯାଜପୁର: ବ୍ୟାସନଗର ପୌରାଞ୍ଚଳରେ ହେଇଥିବା ଆଣ୍ଟିଜେନ ଟେଷ୍ଟରେ ଗୁରୁବାର ପୁଣି ୮ ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଉପନିବନ୍ଧକଙ୍କ କାର୍ଯ୍ୟଳୟରୁ ଜଣେ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଉପନିବନ୍ଧକଙ୍କ କାର୍ଯ୍ୟଳୟରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ୟାସନଗର ପୌରପରିଷଦ ପକ୍ଷରୁ ପୁରା ଅଫିସକୁ ସାନିଟାଇଜ କରାଯାଇଛି । ଏଥିସହିତ ଆଗାମୀ ସୋମବାର ପର୍ଯ୍ୟନ୍ତ ଅଫିସ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟାଳୟର ଉପନିବନ୍ଧକ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ