ଯାଜପୁର: ବିଷାକ୍ତ ଛତୁ ଖାଇ ଅସୁସ୍ଥ ହେଲେ ୮ରୁ ଅଧିକ ଲୋକେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି । ଏପରି ଏକ ଘଟଣା ଯାଜପୁର ଜିଲ୍ଲା ଦଳା ଗାଁରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗତକାଲି(ଶନିବାର) ଦଳା ଗାଁର ଜୈନିକ ବ୍ୟକ୍ତିଙ୍କ ବାଡିରେ ଛତୁ ହୋଇଥିବା ଦେଖି ପରିବାର ଲୋକେ ଆଣି ରୋଷେଇ କରି ଖାଇଥିଲେ । ଆଜି ସକାଳେ ପରିବାରର ପାଖାପାଖି ୮ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଯାଜପୁର ରୋଡ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସମସ୍ତଙ୍କୁ ଘରକୁ ପଠାଇ ଦେଇଥିବା ଜଣାପଡିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ