ETV Bharat / state

5 ଡକାୟତ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

author img

By

Published : Oct 11, 2020, 6:13 PM IST

Updated : Oct 11, 2020, 6:58 PM IST

ଯାଜପୁର ରୋଡ ପୋଲିସ ଶନିବାର ବିଳମ୍ବିତ ରାତିରେ ଡକାୟତ ଉଦ୍ୟମ କରୁଥିବା 5 ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

5 ଡକାୟତ ଗିରଫ
5 ଡକାୟତ ଗିରଫ

ଯାଜପୁର: ଯାଜପୁର ରୋଡ ପୋଲିସ ଶନିବାର ବିଳମ୍ବିତ ରାତିରେ ଡକାୟତ ଉଦ୍ୟମ କରୁଥିବା 5 ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

5 ଡକାୟତ ଗିରଫ

ସୂଚନା ଅନୁଯାୟୀ ଯାଜପୁର ରୋଡରେ ଡକାୟତି ପାଇଁ ଉଦ୍ୟମ କରୁଥିବା 5 ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଉଛନ୍ତି ଦାନଗଦି ଫାଣ୍ଡି ଅନ୍ତର୍ଗତ ପତ୍ର ସାହିର କାହ୍ନା ପାତ୍ର, ଶିବ ପାତ୍ର, ମିଥୁନ ପାତ୍ର, ସାପଗଡ଼ିଆର ଶିବ ମୁଖୀ ଓ ଟମକା ଥାନା ଅନ୍ତର୍ଗତ ରବି ପାତ୍ର । ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ଜିଲ୍ଲାର ବ୍ୟାସନଗର ହୁଡିସାହି ଅଞ୍ଚଳରେ ଏକ ପଡିଆରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ । କୌଣସି ପକ୍ଷରୁ ପୋଲିସ ଖବର ପାଇ ପେଟ୍ରୋଲିଂରେ ଥିବା ଥାନା ଏସଆଇ ସୁବାସ ଦାସ, ରାଜେଶ ସେଠି ଓ ଅନ୍ୟ କର୍ମଚାରୀମାନେ ଘଟମାସ୍ଥଳରେ ପହଞ୍ଚିଥିଲେ । ପୋଲିସକୁ ଦେଖି ଉକ୍ତ 5 ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ସେମାନଙ୍କୁ କାବୁ କରିନେବା ସହ ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ବୋମା, ଗୋଟିଏ ନକ୍ସା, ଚାବି ନେନ୍ଥା ଓ ଦୁଇଟି ମଟର ସାଇକେଲ ଜବତ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 11, 2020, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.