ETV Bharat / state

ଯାଜପୁରରେ 5 କୋରୋନା ଯୋଦ୍ଧା ସଂକ୍ରମିତ - କୋରୋନା ଯୋଦ୍ଧା ସଂକ୍ରମିତ

ଯାଜପୁରରେ 5 କୋରୋନା ଯୋଦ୍ଧା ସଂକ୍ରମିତ । ଯାଜପୁର ରୋଡ ଥାନାର 5 ଜଣ କର୍ମଚାରୀ କୋରୋନା ହୋଇଥିବା ସୂଚନା ।

ଯାଜପୁରରେ 5 କୋରୋନା ଯୋଦ୍ଧା ସଂକ୍ରମିତ
ଯାଜପୁରରେ 5 କୋରୋନା ଯୋଦ୍ଧା ସଂକ୍ରମିତ
author img

By

Published : Aug 24, 2020, 11:22 AM IST

ଯାଜପୁର: ଯାଜପୁର ରୋଡ ଥାନାର 5 କୋରୋନା ଯୋଦ୍ଧା ସଂକ୍ରମିତ । ପୂର୍ବରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ ଆଉ 3 ଯୋଦ୍ଧା କୋରୋନା ଆକ୍ରାନ୍ତ ହୋଇଛନ୍ତି । ରୋଡରେ ଚାଲିଥିବା ଆଣ୍ଟିଜେନ ଟେଷ୍ଟରୁ ଏମାନେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛନ୍ତି ।

ଯାଜପୁରରେ 5 କୋରୋନା ଯୋଦ୍ଧା ସଂକ୍ରମିତ

64 ଜଣଙ୍କର ନମୂନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ 9 ଜଣ ପଜେଟିଭ୍‌ ଆସିଛନ୍ତି । ଯେଉଁଥିରେ 3 ଜଣ ଥାନା କର୍ମଚାରୀ ରହିଛନ୍ତି । ସେହିପରି ଗତକାଲି ମଧ୍ୟ 93 ନମୂନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ 2 ଜଣ ଥାନା କର୍ମଚାରୀ ପଜେଟିଭ୍‌ ବାହାରିଥିଲେ ।

ବିଶେଷ କରି ଥାନାର 4ଜଣ ଅଫିସରଙ୍କ ସମେତ ଜଣେ ଅବସରପ୍ରାପ୍ତ କର୍ମଚାରୀ ସଂକ୍ରମିତ ହୋଇଥିବାରୁ ଥାନାର ଚିନ୍ତା ବଢିଯାଇଛି। ଏଥିମଧ୍ୟରୁ ପଜେଟିଭ୍‌ 3 ଜଣଙ୍କୁ ଟାଟା କୋଭିଡ ହସ୍ପିଟାଲକୁ ନିଆଯାଇଥିବାବେଳେ ଗତକାଲି ଚିହ୍ନଟ ଅଫିସର ମାନଙ୍କୁ ଯାଜପୁର ଟାଉନ କୋଭିଡ କେୟାର ସେଣ୍ଟରକୁ ନିଆଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.