ETV Bharat / state

ପାଟ୍ରୋଲିଂରେ 4 ଡକାୟତ ଗିରଫ - many cases file against lootera

ଗତ ବୁଧବାର ପୋଲିସ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଡାକ୍ତରଖାନା ଛକ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି 4ଜଣ ଡକାୟତଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 20, 2019, 11:21 AM IST

ଯାଜପୁର: ପୋଲିସ ପାଟ୍ରୋଲିଂରେ ବେଳେ 4 ଡକାୟତ ଧରାପଡିଛନ୍ତି । ଗତ ବୁଧବାର ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଡାକ୍ତରଖାନା ଛକ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି ପୋଲିସ 4ଜଣ ଡକାୟତଙ୍କୁ ଗିରଫ କରିଛି । ତେବେ ଅନ୍ୟ 3ଜଣ ଡକାୟତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ, ଗତ ବୁଧବାର ଏହି ଗ୍ୟାଙ୍ଗ କୌଣସି ଏକ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ପେଟ୍ରୋଲିଂ ବେଳେ ଧରାପଡିଥିଲେ । ତେବେ ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଖଣ୍ଡା, ଛୁରୀ ଓ ଦୁଇଟି ବାଇକ ଜବତ କରିଛନ୍ତି ।

ଗିରଫ ଡକାୟତଙ୍କ ମଧ୍ୟରୁ 3 ଜଣଙ୍କ ଘର ସୁକିନ୍ଦା ଓ ଅଶୋକଝର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣେ ଡ଼କାୟତଙ୍କ ଘର କେନ୍ଦୁଝର ଜିଲ୍ଲା ବଉଳା ମାଇନ୍ସ ଅଞ୍ଚଳରେ ବୋଲି ଜଣାପଡିଛି । ଗିରଫ ଡ଼କାୟତଙ୍କ ନାଁରେ ପୂର୍ବରୁ
ବିଭିନ୍ନ ଥାନରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ଗତ ଶୁକ୍ରବାର ସେମାନଙ୍କୁ କଳିଙ୍ଗନଗର ପୋଲିସ କୋର୍ଟ ଚାଲାଣ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.