ETV Bharat / state

ନରହନ୍ତା ଦନ୍ତା ନେଲାଣି 4 ଜୀବନ, ଟ୍ରାଙ୍କୁଲାଇଜକୁ ଅପେକ୍ଷା - 4 died and 10 injured due to elephant attack

ଯାଜପୁର ଜିଲ୍ଲାରେ ଏବେ ବି ଜାରି ରହିଛି ହାତୀ ଉପଦ୍ରବ । ବିଗତ 8 ଦିନରେ ନେଲାଣି 4 ଜଣଙ୍କ ଜୀବନ । ସେପଟେ ହାତୀକୁ ଘଉଡାଇବାରେ ବନବିଭାଗ ବିଫଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଥମୁନି ହାତୀ ଉପଦ୍ରବ, 8 ଦିନରେ ନେଲାଣି 4 ଜୀବନ
ଥମୁନି ହାତୀ ଉପଦ୍ରବ, 8 ଦିନରେ ନେଲାଣି 4 ଜୀବନ
author img

By

Published : Jan 26, 2020, 7:24 PM IST

ଯାଜପୁର: ଜିଲ୍ଲାରେ ଏବେ ବି ଜାରି ରହିଛି ଦନ୍ତା ହାତୀର ଉପଦ୍ରବ। ବିଗତ 8 ଦିନ ଭିତରେ ଦନ୍ତା ଆକ୍ରମଣରେ 4 ଜଣ ପ୍ରାଣ ହରାଇ ଥିବାବେଳେ 10 ରୁ ଊର୍ଦ୍ଧ୍ବ ଆହତ ହେଲେଣି । ହେଲେ ଏବେ ବି ହାତୀକୁ ଘଉଡାଇବାରେ ବନବିଭାଗ ବିଫଳ । ଗତ 3 ଦିନ ଧରି ହାତୀଟି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଧୂଳିଗଡ ଜଙ୍ଗଲରେ ରହି ବ୍ୟାପକ କ୍ଷତି ଘଟାଉଛି । ଗତ ରାତିରେ ହାତୀଟି ଧପଂଖି ଗାଁରେ ପଶି ଜଣେ ନାବାଳକକୁ ଜୀବନରୁ ମାରିଦେବା ସହ ହାତୀ ଆକ୍ରମଣରେ ଏକ ବୃଦ୍ଧ ଦମ୍ପତ୍ତି ଗୁରୁତର ହୋଇପଡିଥିଲେ । ସେମାନେ ବର୍ତ୍ତମାନ ଦାନଗଦୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହାତୀଟି ଦାନଗଦୀ ତ୍ରିଜଙ୍ଗାସ୍ଥିତ ଟାଟା ଏବଂ ଜିନ୍ଦଲ ବିସ୍ଥାପିତ କଲୋନୀରେ ପଶି ପାଚେରୀ ଓ ଘରଦ୍ବାର ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛି ।

ଥମୁନି ହାତୀ ଉପଦ୍ରବ, 8 ଦିନରେ ନେଲାଣି 4 ଜୀବନ

ହାତୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଟ୍ରାଙ୍କୁଲାଇଜ୍ କରାଯିବାକୁ ଜଙ୍ଗଲ ବିଭାଗ ନିଷ୍ପତ୍ତି ନେଇଛି । ଭୁବନେଶ୍ବର ଏବଂ ବାରିପଦା ସିମିଳିପାଳର ଏକ୍ସପର୍ଟ ଟିମ୍ ସହାୟତାରେ ରବିବାର ଅପରାହ୍ନରେ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନବିଭାଗ ପକ୍ଷରୁ ମୃତ ନାବାଳକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯିବା ସହ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ 40 ହଜାର ଟଙ୍କାର ଅଗ୍ରୀମ ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି ।

ହାତୀ ଘଉଡାଇବାରେ ଫେଲ ମାରିଛି ଜଙ୍ଗଲ ବିଭାଗ । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀ ଘଉଡାଇବାକୁ ଦାବି ଜୋର ଧରିଛି । ସେପଟେ ହାତୀ ଆତଙ୍କ ଯୋଗୁଁ ସନ୍ଧ୍ୟା ହେବା କ୍ଷଣି ସାରା ଅଞ୍ଚଳରେ ତାଟି କବାଟ ପଡିଯାଉଛି । ତେବେ ହାତୀଟି ଗତ ତିନି ଦିନ ଧରି ଧୂଳିଗଡ ଜଙ୍ଗଲରେ ଥିବା ଜଙ୍ଗଲ ବିଭାଗ ଠାବ କରିଛି । ହାତୀ ଜଙ୍ଗଲକୁ ଘଉଡା ଯାଉଥିବାରୁ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି ।

ଯାଜପୁରରେ ନରହନ୍ତା ଦନ୍ତା ମାତିବା ଯୋଗୁଁ ଦିନକୁ ଦିନ ମୃତାହତ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ବଢିଛି ଜନ ଅସନ୍ତୋଷ । ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି । ହାତୀ ଘଉଡାଇବା ଦାବିରେ ଗତକାଲି ବିଳମ୍ବ ରାତ୍ରି ଯାଏ ଲୋକେ କଳିଙ୍ଗନଗର-ଯାଜପୁର ରୋଡ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ । ପୋଲିସ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସେପଟେ ଅନେକ କିଛି କ୍ଷୟକ୍ଷତି ହେବାପରେ ଏବେ ନିଦ ଭାଙ୍ଗିଛି ଜଙ୍ଗଲ ବିଭାଗର । କଟକ ଡିଭିଜନ ଡିଏଫଓ ସୁଦର୍ଶନ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ହାତୀକୁ ଟ୍ରାଙ୍କୁଲାଇଜ୍ ପାଇଁ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁର ରୋଡ ରେଞ୍ଜ ଅଫିସର ।

ସେପଟେ ଦନ୍ତାହାତୀକୁ ଠାବ କରାଯିବା ସହ ତାକୁ ଖୁବ୍ ଶୀଘ୍ର କାବୁ କରାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଅଞ୍ଚଳବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ସୁକିନ୍ଦା ବିଧାୟକ ମୃତାହତଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କରିବା ସହ ମୃତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ତେବେ ଦୀର୍ଘ 8 ଦିନର ବ୍ୟବଧାନ ପରେ ଏହି ଦନ୍ତାହାତୀଟିକୁ କିଭଳି ଟ୍ରାଙ୍କୁଲାଇଜ୍ ସହାୟତାରେ ନିୟନ୍ତ୍ରଣକୁ ନିଆଯିବ ଏବଂ ଲୋକେ କିଭଳି ସୁରକ୍ଷିତ ରହିବା ସହ ପରିସ୍ଥିତି ସ୍ବାଭାବିକ ହେବ ତାହା ସମସ୍ତଙ୍କର ଅପେକ୍ଷା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-elephant_rampage
format-pkg(update_followup)
reporter-Gyanaranjan ojha
place-jajpur
date-26.01.20
anchor---ବିଗତ 8ଦିନ ଭିତରେ ଦନ୍ତା ଆକ୍ରମଣରେ ମଲେଣି ଚାରିଜଣ । ଆହତ 10ରୁ ଉର୍ଦ୍ଧ । ହେଲେ ଏବେ ବି ହାତୀକୁ ଘଉଡାଇବାରେ ବନବିଭାଗ ବିଫଳ । ଗତ ତିନି ଦିନ ଧରି ହାତୀଟି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଧୂଳିଗଡ ଜଙ୍ଗଲରେ ରହି ପ୍ରଭୁତ କ୍ଷତି ଘଟାଉଛି । ଗତ ରାତିରେ ହାତୀଟି ପାଖ ଧପଂଖି ଗାଁରେ ପଶି ଜଣେ ନାବାଳକକୁ ଜୀବନରୁ ମାରିଦେବା ସହ ହାତୀ ଆକ୍ରମଣରେ ଏକ ବୃଦ୍ଧ ଦମ୍ପତ୍ତି ଗୁରୁତର ହୋଇପଡିଥିଲେ । ହାତୀଟି ଦାନଗଦୀ ତ୍ରିଜଙ୍ଗା ସ୍ଥିତ ଟାଟା ଏବଂ ଜିନ୍ଦଲ ବିସ୍ଥାପିତ କଲୋନୀରେ ପଶି ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛି । ହାତୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଟ୍ରାଙ୍କୁଲାଇଜ୍ କରାଯିବାକୁ ଜଙ୍ଗଲ ବିଭାଗ ନିଷ୍ପତ୍ତି ନେଇଛି । ଭୁବନେଶ୍ବର ଏବଂ ବାରିପଦା ସିମିଳିପାଳର ଏକ୍ସପର୍ଟ ଟିମ୍ ସହାୟତାରେ ଆଜି ଅପରାହ୍ନରେ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନବିଭାଗ ପକ୍ଷରୁ ମୃତ ନାବାଳକଙ୍କ ପରିବାରକୁ 4ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯିବା ସହ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ 40ହଜାର ଟଙ୍କାର ଅଗ୍ରୀମ ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି ।
Body:vo-01--ଯାଜପୁରରେ ଏବେ ବି ଜାରି ରହିଛି ଦନ୍ତାହାତୀର ଉପଦ୍ରବ । ଗତ 8ଦିନ ମଧ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 4 ଏବଂ ଆହତ ସଂଖ୍ୟା 10ରେ ପହଞ୍ଚିଲାଣି । ହେଲେ ହାତୀ ଘଉଡାଇବାରେ ଫେଲ ମାରିଛି ଜଙ୍ଗଲ ବିଭାଗ । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀ ଘଉଡାଇବାକୁ ଦାବୀ ଜୋର ଧରିଥିବା ବେଳେ ବନବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଟ୍ରାଙ୍କୁଲାଇଜ୍ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ହାତୀ ଆତଙ୍କ ଯୋଗୁଁ ସନ୍ଧ୍ୟା ହେଲାକ୍ଷଣି ସାରା ଅଞ୍ଚଳରେ ତାଟି କବାଟ ପଡିଯାଉଛି । ତେବେ ହାତୀଟି ଗତ ତିନି ଦିନ ଧରି ଧୂଳିଗଡ ଜଙ୍ଗଲରେ ଥିବା ଜଙ୍ଗଲ ବିଭାଗ ଠାବ କରିଛି । ହାତୀ ଜଙ୍ଗଲକୁ ଘଉଡା ଯାଉଥିବାରୁ ସଂପୃକ୍ତ ଅଂଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଗତକାଲି ରାତିରେ ହାତୀଟି ଧପଂଖି ଗାଁରେ ପଶି ଜଣେ ନାବାଳକକୁ ଜୀବନରୁ ମାରିଦେବା ସହ ମଠସାହି ଗାଁରେ ପଶି ଏକ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ଆକ୍ରମଣ କରି କରିଥିଲା । ଦମ୍ପତ୍ତି ଦାନଗଦୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ହାତୀ ଘଉଡାଇବା ସହିତ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବୀ ଜୋର ଧରିଛି । ସେହିପରି ବିଳମ୍ବ ରାତ୍ରୀରେ ତ୍ରିଜଙ୍ଗା ସ୍ଥିତ ଟାଟା ଏବଂ ଜିନ୍ଦଲ୍ ବିସ୍ଥାପିତ ଥଇଥାନ କଲୋନୀରେ ପଶି ପାଚେରୀ ଓ ଘରଦ୍ବାର ଭାଙ୍ଗିଥିବା ସୂଚନା ମିଳିଛି ।
bite-01--ସୁମିତ୍ରା କେରେଇ, କ୍ଷତିଗ୍ରସ୍ତ ପରିବାର
bite-02--ସୁନାରାମ ଗାଗରାଇ, ସ୍ଥାନୀୟ ଲୋକ
vo-02--ଯାଜପୁରରେ ମାତିଛି ନରହନ୍ତା ଦନ୍ତା । ଦିନକୁ ଦିନ ମୃତାହତ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ବଢିଛି ଜନ ଅସନ୍ତୋଷ । ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି । ହାତୀ ଘଉଡାଇବା ଦାବୀରେ ଗତକାଲି ବିଳମ୍ବ ରାତ୍ରି ଯାଏ ଲୋକେ କଳିଙ୍ଗନଗର-ଯାଜପୁର ରୋଡ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ । ପୋଲିସ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସେପଟେ ଅନେକ କିଛି କ୍ଷୟକ୍ଷତି ହେବାପରେ ଏବେ ନିଦ ଭାଙ୍ଗିଛି ଜଙ୍ଗଲ ବିଭାଗର । କଟକ ଡିଭିଜନ ଡିଏଫଓ ସୁଦର୍ଶନ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ହାତୀକୁ ଟ୍ରାଙ୍କୁଲାଇଜ୍ ପାଇଁ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁର ରୋଡ ରେଞ୍ଜ ଅଫିସର । ଅପରାହ୍ନରେ ନନ୍ଦନକାନନ ଏବଂ ବାରିପଦା ସମିଳିପାଳରୁ ଦୁଇଟି ଏକ୍ସପର୍ଟ ଟିମ ଧୂଳିଗଡ ଜଙ୍ଗଲରେ ପହଞ୍ଚିବେ । ଟିମ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରାଯାଇ ଦନ୍ତାହାତୀକୁ ଠାବ କରାଯିବା ସହ ତାକୁ ଖୁବ୍ ଶୀଘ୍ର କାବୁ କରାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଅଞ୍ଚଳ ବାସୀ ସହଯୋଗ କରିବାକୁ ନିବେଦନ କରାଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ସୁକିନ୍ଦା ବିଧାୟକ ମୃତାହତଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କରିବା ସହ ମୃତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।
bite-03--ପ୍ରିତିରଞ୍ଜନ ଘଡାଇ, ସୁକିନ୍ଦା ବିଧାୟକ
bite-04--ଦେବେନ୍ଦ୍ର ପଟ୍ଟନାୟକ, ରେଞ୍ଜର, ଯାଜପୁର ରୋଡ ରେଞ୍ଜ୍
Conclusion:fvo--ତେବେ ଦୀର୍ଘ 8ଦିନର ବ୍ୟବଧାନ ପରେ ଏହି ଦନ୍ତାହାତୀଟିକୁ କିଭଳି ଟ୍ରାଙ୍କୁଲାଇଜ୍ ସହାୟତାରେ ନିୟନ୍ତ୍ରଣକୁ ନିଆଯିବ ଏବଂ ଲୋକେ କିଭଳି ସୁରକ୍ଷିତ ରହିବେ ଏବଂ ପରିସ୍ଥିତି ସ୍ବାଭାବିକ ହେବ ତାହା କେବଳ ସମସ୍ତଙ୍କର ଅପେକ୍ଷା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.