ETV Bharat / state

ଜନ୍ମମାଟିରେ ୩ ଓଡିଆ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ

author img

By

Published : Feb 25, 2020, 9:50 PM IST

ଗୁଜୁରାଟ ଅହମଦାବାଦ ସୂତାକଳରେ କାର୍ଯ୍ୟରତ ଥିବା ୩ ଓଡିଆ ଶ୍ରମିକଙ୍କ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଧିକ ପଢନ୍ତୁ...

jajpur
ଓଡିଆ ଶ୍ରମିକଙ୍କ ଶେଷକୃତ୍ୟ ସଂମ୍ପନ୍ନ

ଯାଜପୁର: ଝୁରୁଛି ଗାଁ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁଦାଣ୍ଡ । କାରଣ ଏହି ଗାଁର ତିନି ଜଣକ ଜୁଇ ଜଳିଛି ଏକା ସାଙ୍ଗରେ । ଗୁଜୁରାଟ ଅହମଦାବାଦ ସୂତାକଳରେ କାର୍ଯ୍ୟରତ ଥିବା ୩ ଓଡିଆ ଶ୍ରମିକଙ୍କ ମରଶରୀର ଆସି ଅପରାହ୍ନରେ ପହଞ୍ଚିଥିଲା ନିଜ ଜନ୍ମମାଟି ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜମଧର ଗାଁରେ । ମରଶରୀର ଗାଁ ମୁଣ୍ଡରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା ଶୋକର ଛାୟା।

ଓଡିଆ ଶ୍ରମିକଙ୍କ ଶେଷକୃତ୍ୟ ସଂମ୍ପନ୍ନ

ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗତ ୨୨ ତାରିଖରେ ଗୁଜୁରାଟ ଅହମଦାବାଦର ଲୋଟସ ଲେବଲ ଇଣ୍ଡଷ୍ଟ୍ରୀରେ ଅଗ୍ନିକାଣ୍ଡ ଘଟି ଜମଦର ଗାଁର ଚିନ୍ମୟ ଖୁଂଟିଆ, ଦୟାନିଧି ଖୁଂଟିଆ ଏବଂ କାମେସ ସିଂଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ଜଣାପଡିବା ପରେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ ମୃତକଙ୍କ ଘରେ ପହଞ୍ଚି ଶ୍ରମ ବିଭାଗ ସହିତ ଯୋଗାଯୋଗ କରି ସେଠାରୁ ଶବ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ । ଗୋଟିଏ ଗାଁର ତିନି ତିନି ଜଣଙ୍କର ଏକାସାଙ୍ଗରେ ଚିତା ଜଳିବା ବେଳେ ଗାଁରେ ଖେଳିଯାଇଥିଲା ଶୋକାକୁଳ ପରିବେଶ ।

ତେବେ ତୁରନ୍ତ ମୃତକଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଘଟଣାସ୍ଥଳରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତି, ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଶ୍ରମ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.