ETV Bharat / state

ଯାଜପୁରରୁ 2 ଠକ ଗିରଫ - ପାଣିକୋଇଲି ପୋଲିସ

ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ ହାତରେ ଦୁଇ ଠକ ଅପରାଧି । ନିଜକୁ ଏଜେଣ୍ଟ ବୋଲି କହି ଏହି ଅପରାଧିମାନେ ଲୋକଙ୍କଠାରୁ ଠକି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଅପରାଧିଙ୍କଠାରୁ 3ଟି ନକଲି ଟଙ୍କା ବାକ୍ସ, ଦୁଇଟି ମୋବାଇଲ୍ ଫୋନ୍, ମାରଣାସ୍ତ୍ର ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 26, 2019, 11:46 PM IST

ଯାଜପୁର: ପାଣିକୋଇଲି ପୋଲିସ ହାତରେ ଧରାପଡ଼ିଲେ ଦୁଇ ଠକ ଅପରାଧି । କେନ୍ଦୁଝର ଅଞ୍ଚଳର ଜଣେ ବଡ ବ୍ୟବସାୟୀ ସନା ମହାକୁଡଙ୍କ ଏଜେଣ୍ଟ ବୋଲି କହି ଏହି ଅପରାଧିମାନେ ଲୋକଙ୍କଠାରୁ ଠକି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଅପରାଧିଙ୍କଠାରୁ 3ଟି ନକଲି ଟଙ୍କା ବାକ୍ସ, ଦୁଇଟି ମୋବାଇଲ୍ ଫୋନ୍, ମାରଣାସ୍ତ୍ର ଓ ଏକ ନମ୍ବର ବିହୀନ ସ୍ବିଫ୍ଟ କାର୍ ପୋଲିସ ଜବତ କରିଛି । ଏହାସହ 62ହଜାର 218 ନଗଦ ଟଙ୍କା ଓ କିଛି ସୁନା ଅଳଙ୍କାର ମଧ୍ୟ ଜବତ୍ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅପରାଧିମାନେ ଟଙ୍କା ବଦଳାଇବା ନାଁରେ ଅଭିନବ ଉପାୟରେ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ନିକଟରେ ନକଲି ଟଙ୍କା ପେଟି ଦେଖାଇ ଦୁଇ ଗୁଣ ଟଙ୍କା କରାଇ ଦେବାକୁ କହି ବାଲେଶ୍ବରର ଜଣେ ମହିଳାଙ୍କଠାରୁ 5ଲକ୍ଷ ଟଙ୍କା ଠକି ନେଇଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ପୋଲିସ୍ ଆରମ୍ଭ କରିଥିଲା ତଦନ୍ତ। ଏହା ପୂର୍ବରୁ ମଧ୍ୟ ଅନ୍ୟ କେତେକ ଲୋକଙ୍କଠାରୁ 40ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଗିରଫ ଦୁଇ ଠକ କଟକ ମାହାଙ୍ଗା ଥାନା କଉଡୁକୋଲ ଗ୍ରାମର ପ୍ରିୟରଞ୍ଜନ ନାୟକ ଓ ବଡଚଣା ଥାନା କୁନ୍ଦଳ ଗ୍ରାମର ଅକ୍ଷୟ ସାମଲ ବୋଲି ଜଣାପଡିଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁରର ଅତିରିକ୍ତ ଏସପି ଜୟରାମ ଶତପଥୀ । ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug-cheaters_arrested
Format-avb
Reporter-Gyana ranjan ojha
Place-jajpur
Date-26.10.19
Anchor---ଯାଜପୁର ପାଣିକୋଇଲି ପୋଲିସ ହାତରେ ଧରାପଡ଼ିଲେ ଦୁଇ ଠକ ଅପରାଧି। କେନ୍ଦୁଝର ଅଞ୍ଚଳର ଜଣେ ବଡ ବ୍ୟବସାୟୀ ସନା ମହାକୁଡଙ୍କ ଏଜେଣ୍ଟ ବୋଲି କହି ଲୋକଙ୍କ ଠାରୁ ଠକି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ସେମାନଙ୍କ ନିକଟରୁ 3ଟି ନକଲି ଟଙ୍କା ବାକ୍ସ, ଦୁଇଟି ମୋବାଇଲ୍ ଫୋନ୍, ମାରଣାସ୍ତ୍ର ଓ ଏକ ନମ୍ବର ବିହୀନ ସ୍ବିଫ୍ଟ କାର୍ ସହ 62ହଜାର 218 ନଗଦ ଟଙ୍କା ଓ କିଛି ସୁନା ଅଳଙ୍କାର ଜବତ୍ କରିଛି ପୋଲିସ୍ । ଏମାନେ ଟଙ୍କା ବଦଳାଇବା ନାଁ ରେ ଅଭିନବ ଉପାୟରେ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ନିକଟରେ ନକଲି ଟଙ୍କା ପେଟି ଦେଖାଇ ଦୁଇ ଗୁଣ ଟଙ୍କା କରାଇ ଦେବାକୁ କହି ବାଲେଶ୍ବରର ଜଣେ ମହିଳାଙ୍କ ଠାରୁ 5ଲକ୍ଷ ଟଙ୍କା ଠକି ନେଇଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ପୋଲିସ୍ ଆରମ୍ଭ କରିଥିଲା ତଦନ୍ତ। ଏହା ପୂର୍ବରୁ ମଧ୍ୟ ଅନ୍ୟ କେତେକ ଲୋକଙ୍କ ଠାରୁ 40ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗିରଫ୍ ଦୁଇ ଠକ ହେଲେ କଟକ ମାହାଙ୍ଗା ଥାନା କଉଡୁକୋଲ ଗ୍ରାମର ପ୍ରିୟରଞ୍ଜନ ନାୟକ ଓ ବଡଚଣା ଥାନା କୁନ୍ଦଳ ଗ୍ରାମର ଅକ୍ଷୟ ସାମଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁରର ଅତିରିକ୍ତ ଏସପି ଜୟରାମ ଶତପଥୀ । ଅଭିଯୁକ୍ତ ମାନଙ୍କୁ ଗିରଫ୍ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।
bite--ଜୟରାମ ଶତପଥୀ, ଅତିରିକ୍ତ ଏସପି, ଯାଜପୁର

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.