ETV Bharat / state

ଯାଜପୁରରେ 14 ଦିନିଆ ଲକଡାଉନ, ସକାଳ 6ଟାରୁ ଦିନ 1 ପର୍ଯ୍ୟନ୍ତ ଖୋଲା

author img

By

Published : Jul 18, 2020, 11:10 PM IST

କୋରୋନା ମୁକାବିଲା ପାଇଁ ପୁଣି ନୂଆ କଟକଣା । ରାଉରକେଲା ଓ ଅନ୍ୟ ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲା ସହିତ ଯାଜପୁର ଜିଲ୍ଲାରେ ମଧ୍ୟ ଗତକାଲି ରାତି 9ଟାରୁ କାର୍ଯ୍ୟକାରୀ ହୋଇଛି 14ଦିନିଆ ଲକଡାଉନ କଟକଣା । ଅଧିକ ପଢନ୍ତୁ...

ଯାଜପୁରରେ 14 ଦିନିଆ ଲକଡାଉନ, ସକାଳ 6ଟାରୁ ଦିନ 1 ପର୍ଯ୍ୟନ୍ତ ଖୋଲା
ଯାଜପୁରରେ 14 ଦିନିଆ ଲକଡାଉନ, ସକାଳ 6ଟାରୁ ଦିନ 1 ପର୍ଯ୍ୟନ୍ତ ଖୋଲା

ଯାଜପୁର: କୋରୋନା ମୁକାବିଲା ପାଇଁ ପୁଣି ନୂଆ କଟକଣା । ରାଉରକେଲା ଓ ଅନ୍ୟ ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲା ସହିତ ଯାଜପୁର ଜିଲ୍ଲାରେ ମଧ୍ୟ ଗତକାଲି ରାତି 9ଟାରୁ କାର୍ଯ୍ୟକାରୀ ହୋଇଛି 14ଦିନିଆ ଲକଡାଉନ କଟକଣା । ଶନିବାରଠାରୁ ଆସନ୍ତା 31ତାରିଖ ପର୍ଯ୍ୟନ୍ତ ଲାଗୁହୋଇଛି ଏହି କଟକଣା । ସକାଳ 6ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ। ଅନ୍ୟ ସମସ୍ତ ଦୋକାନ ଓ ବ୍ୟବସାୟ ସଂସ୍ଥା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଟକଣା କଡାକଡି କରିବାକୁ ଚାଲିଛି ଜୋରଦାର ଅଭିଯାନ ।

ରାଉରକେଲା କର୍ପୋରେସନ ଓ ଯାଜପୁର ସମେତ 4ଟି ଜିଲ୍ଲାରେ କୋରୋନା ସ୍ଥିତି ଅଣାୟତ। ମୁକାବିଲା ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଗତକାଲି ରାତି 9ଟାରୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜାରି ହୋଇଛି ଲକଡାଉନ-5 କଟକଣା । ସେପଟେ ଯାଜପୁର ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ରସୁଲପୁର ବ୍ଲକର ଜଣେ ମହିଳାଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଫଳରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଓ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ଅଣ୍ଟାଭିଡିଛି ପୋଲିସ ପ୍ରଶାସନ ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 953 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 695 ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଇତିମଧ୍ୟରେ ଜିଲ୍ଲାରେ ଜଣେ ମହିଳା ସମେତ 2ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅବଶିଷ୍ଟ 256ଟି ମାମଲା ଆକ୍ଟିଭ୍ ଥିବା ଜଣାପଡିଛି । ତେବେ କୋରୋନାର ପ୍ରାଦୁର୍ଭାବକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଜନସାଧାରଣଙ୍କୁ ସଜାଗ କରୁଛନ୍ତି । ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଉଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଇନି ଉଲଂଘନକାରୀଙ୍କ ବିରୋଧରେ ନିଆଯାଉଛି କଡା କାର୍ଯ୍ୟାନୁଷ୍ଠାନ ।

କୋରୋନାର ସ୍ଥିତି ସୁଧାରିବାକୁ ସରକାର ଜାରି କରିଛନ୍ତି ନୂଆ କଟକଣା । ଯାହାକୁ ପାଳନ କରୁଛି ଜିଲ୍ଲା ପ୍ରଶାସନ । ତେବେ କୋରୋନା ମୁକାବିଲାରେ ଏହା କେତେ ଦୂର ସହାୟକ ହେଉଛି ତାହା କେବଳ ଦେଖିବା ବାକିରହିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.