ଯାଜପୁର: ଭଡ଼ା ଘରୁ ନକଲି 13 ଲକ୍ଷ ଟଙ୍କାର ନୋଟ ଜବତ । ସନ୍ଥମାଧବ ନିକଟ ଏକ ଘରୁ ନକଲି ଟଙ୍କା ଟାଉନ ଥାନା ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘରୁ ପ୍ରିଣ୍ଟ ମେସିନ ଜବତ କରିଛି ଯାଜପୁର ପୋଲିସ ।
ସହରର ସନ୍ଥମାଧବର ଏହି ଭଡ଼ା ଘରେ ଚାଲୁଥିଲା ନକଲି ନୋଟ କାରବାର। କୌଣସି ମାତ୍ରେ ସୂଚନା ପାଇ ଉକ୍ତ ଘରେ ଯାଜପୁର ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ମୋଟ 13 ଲକ୍ଷ 17 ହଜାର 500 ଟଙ୍କା ନକଲି ନୋଟ ଜବତ କରିଛି ପୋଲିସ ।
ଚନ୍ଦ୍ରମଣିଙ୍କ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଆଜି ଦିନ ଗୋଟାଏ ବେଳେ ସମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ତଥ୍ୟ ଦେବେ ବୋଲି ଏସପିଙ୍କ ପକ୍ଷରୁ ସୂଚନା ମିଳିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ