ETV Bharat / state

ସମସ୍ୟା ଘେରରେ ବ୍ୟାସନଗର, 12 ଘଣ୍ଟିଆ ବନ୍ଦ ପାଳୁଛି କ୍ରିୟାନୁଷ୍ଠାନ କମିଟି - 12 ଘଣ୍ଟିଆ ବ୍ୟାସନଗର ବନ୍ଦ

ଯାଜପୁର ଜିଲ୍ଲା ବ୍ୟାସନଗର ଆଜି 12 ଘଣ୍ଟିଆ ବନ୍ଦ । ବିଭିନ୍ନ ସମସ୍ୟା ସମାଧାନ ଦାବିରେ ୫ଦଫା ଦାବି ନେଇ ବ୍ୟାସନଗର ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

12 hours basnagar bandh
12 ଘଣ୍ଟିଆ ବନ୍ଦ ପାଳୁଛି କ୍ରିୟାନୁଷ୍ଠାନ କମିଟି
author img

By

Published : Apr 19, 2023, 1:01 PM IST

12 ଘଣ୍ଟିଆ ବନ୍ଦ ପାଳୁଛି କ୍ରିୟାନୁଷ୍ଠାନ କମିଟି

ଯାଜପୁର: ସମସ୍ୟା ଘେରରେ ରହିଛି ଯାଜପୁରର ବ୍ୟାସନଗର । ବାରମ୍ବାର ସମାଧାନ ଦାବି ପରେ ବି ତାହା ପୂରଣ ହୋଇନାହିଁ । ଫଳରେ ଆଜି ୫ ଦଫା ଦାବି ନେଇ ବ୍ୟାସନଗର ସହର ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । 12 ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରିୟାନୁଷ୍ଠାନ କମିଟି ଫଳରେ ଦୋକାନ ବଜାର ସଟର ପଡିଛି ଗାଡି ଚଳାଚଳ ବନ୍ଦ ରହିଛି ।

ଯାଜପୁର ଜିଲ୍ଲା ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବିରେ ଆଜି ବ୍ୟାସନଗର ସହର ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ସହରରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହରର ପ୍ରମୁଖ ଗୋପବନ୍ଧୁ ଛକ, ଚୋରଦା ବାଇପାସ ଛକ, ଧବଲଗିରି ଛକ, ଦଳା ଛକ, ଶୋବରା ଛକ ସମେତ 14 ଛକରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ସକାଳ 6 ରୁ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା 6ରେ ଆନ୍ଦୋଳନ ଶେଷ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଅତ୍ୟାବଶକ୍ୟ ସାମଗ୍ରୀ ସହ ଡାକ୍ତରଖାନାକୁ ବାଦ ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦାବି ନେଇ ଯଥା ରେଳ ଓଭରବ୍ରିଜ ନିର୍ମାଣ, ବିଦ୍ୟୁତ, ଜମିଜମା ସମସ୍ୟା, ହୋଲଡିଂ ଟିକସ ବୃଦ୍ଧି,100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ଖୋଲିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ଆନ୍ଦୋଳନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାଜପୁର ରୋଡ଼ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଏହା ବି ପଢନ୍ତୁ...Sambalpur Violence: ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ରାସ୍ତାରେ ଅଟକି ରହିଛି ଯାନ

ସହରରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଛି ବିଶେଷ ଭାବରେ ସହରର ବିଦ୍ୟୁତ ସମସ୍ୟା, ରେଳ ଓଭର ବ୍ରିଜ ନିର୍ମାଣ ଇତ୍ୟାଦି । ଅନେକ ଦିନ ହେବ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀ ଉପରୁ ଏନଜିଟି ହଟାଇବା ଦାବି ବିଭିନ୍ନ ମହଲରେ ଜୋର ଧରିଛି । ତେବେ ଏହି ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ସମୟରେ ଦାବି କରାଯାଉଥିଲେ ବି କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏପ୍ରିଲ 17 ତାରିଖରେ ଧାରଣା ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ନଦେବାରୁ ଆଜି 12 ଘଣ୍ଟିଆ ସମ୍ପୂର୍ଣ୍ଣ ସହର ବନ୍ଦ ପାଇଁ ଡାକରା ଦିଆଯାଇଛି । ରେଳଠାରୁ ଆରମ୍ଭ କରି ସ୍କୁଲ, କଲେଜ ସମସ୍ତ ସରକାରୀ, ବେସରକାରୀ ସଂସ୍ଥାକୁ ବନ୍ଦ ରହିଛି । ସମସ୍ତ ଜରୁରୀ ସେବାକୁ ଛାଡି ଦେଲେ ଅଖ ଚକ ବନ୍ଦ ରହିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.