12 ଫୁଟର ଅଜଗର ସାପ ଉଦ୍ଧାର - 12 ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
ଯାଜପୁର ଜିଲ୍ଲା ସୁକିନ୍ଦା ବନାଞ୍ଚଳ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମ ନିକଟରୁ 12 ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି ।
12 ଫୁଟର ଅଜଗର ସାପ ଉଦ୍ଧାର
ଯାଜପୁର: ଜିଲ୍ଲା ସୁକିନ୍ଦା ବନାଞ୍ଚଳ ଅନ୍ତର୍ଗତ ବନ୍ଧ ଗାଁ ପଞ୍ଚାୟତର କୋଇଲ ଗ୍ରାମ ନିକଟରୁ 12 ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି ।
ସାପଟି ଏକ ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ଫଳରେ ଗ୍ରାମ ଲୋକେ ତୁରନ୍ତ ବନ ବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିବା ପରେ ସାପ ଧରାଳି ସୌମ୍ୟାଜିତ ଗ୍ରାମବାସୀଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ବନବିଭାଗକୁ ହସ୍ତାନ୍ତର କରିଛନ୍ତି ।
ଅଜଗରଟିର ଲମ୍ବ ପ୍ରାୟ 12 ଫୁଟ ହୋଇଥିବା ବେଳେ ତାର ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପରେ ତାକୁ ପୁନଶ୍ଚ ସ୍ଥାନୀୟ ଜଙ୍ଗଲରେ ଛାଡିଦିଆଯିବ ବୋଲି ସ୍ଥାନୀୟ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ