ETV Bharat / state

ଗୋରୁ ଚାଲାଣ ବେଳେ 10 ଗାଈ ମୃତ, ସୁକିନ୍ଦା ବଜରଙ୍ଗ ଦଳର ମାମଲା ରୁଜୁ - ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ଯାଜପୁର

ଯାଜପୁର ଜିଲ୍ଲାରେ ଏକ ଗୋରୁ ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 10 ରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଗୋରୁ ଚାଲାଣରେ 10 ଗାଈ ମୃତ, ସୁକିନ୍ଦା ବଜରଙ୍ଗ ଦଳର ମାମଲା ରୁଜୁ

author img

By

Published : Dec 9, 2020, 4:00 PM IST

ଯାଜପୁର: ଏକ ବେଆଇନ ଗୋରୁ ଚାଲାଣ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ 10ରୁ ଅଧିକ ଗାଈଙ୍କ ପ୍ରାଣହାନୀ ଘଟିଛି । ଏନେଇ ଯାଜପୁର ଜିଲ୍ଲା ସୁକିନ୍ଦା ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ଗୋରୁ ଚାଲାଣରେ 10 ଗାଈ ମୃତ, ସୁକିନ୍ଦା ବଜରଙ୍ଗ ଦଳର ମାମଲା ରୁଜୁ

ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ବଡ ପିଙ୍ଗଲ ଗ୍ରାମର କିର୍ତ୍ତନ ସାହୁଙ୍କ ଘର ପାଚେରୀରେ ଏକ ଗୋରୁ ବୋଝେଇ ଭ୍ୟାନ୍ ଧକ୍କା ହୋଇଥିଲା । ଫଳରେ ଗାଡିରେ ଥିବା 10ରୁ ଊର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ ଘଟିଛି । ପରେ ଗୋରୁ ବେପାରୀ ମାମଲାକୁ ରଫା ଦଫା କରି ମୃତ ଗୋରୁଙ୍କୁ ଅଜଣା ସ୍ଥାନରେ ପୋତି ଦେଇଥିବା ଅଭିଯୋଗ କରାଯାଇଛି ।

ଏନେଇ ସୁକିନ୍ଦା ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଘଟଣା କୁ ଗୁରୁତ୍ୱର ଭାବରେ ନେଇ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳିଙ୍ଗ ନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.