ETV Bharat / state

ପାରାଦ୍ୱୀପ ଭୋସ୍କଲିନ ପଏଣ୍ଟ: 60 ଘଣ୍ଟା ପରେ ମିଳିଲା ନାବାଳକ ମୃତଦେହ - ନିଖୋଜ ନାବାଳକ

ଦୀର୍ଘ 60 ଘଣ୍ଟାର ଉଦ୍ୟମ ପରେ ମିଳିଛି ଅଶୋକ ପ୍ରଧାନଙ୍କ 10 ବର୍ଷୀୟ ପୁଅର ମର ଶରୀର। ଢ଼ିଙ୍କିଆ ପଞ୍ଚାୟତରେ ଭୋସ୍କଲିଂନପଏଣ୍ଟ ନିକଟରେ ଏହି ଯୁବକ ନିଖୋଜ ହୋଇଥିଲେ। ଅଧିକ ପଢନ୍ତୁ...

ପାରାଦ୍ୱୀପ ଭୋସ୍କଲିନ ପଏଣ୍ଟ: 60 ଘଣ୍ଟା ପରେ ମିଳିଲା ନାବାଳକର ମୃତଦେହ

author img

By

Published : Dec 29, 2020, 9:20 PM IST

ଜଗତସିଂହପୁର: ନିଖୋଜ ନାବାଳକର ମିଳିଲା ମୃତଦେହ । ଦୀର୍ଘ 60 ଘଣ୍ଟାର ଉଦ୍ୟମ ପରେ ମିଳିଛି ଅଶୋକ ପ୍ରଧାନଙ୍କ 10 ବର୍ଷୀୟ ପୁଅର ମର ଶରୀର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ସମୁଦ୍ର କୁଳିଆ ଗାଁ ଢ଼ିଙ୍କିଆ ପଞ୍ଚାୟତରେ ଭୋସ୍କଲିଂନପଏଣ୍ଟ ନିକଟରେ ତ୍ରିଲୋଚନପୁର ଡମପଡା ଗ୍ରାମର ଏହି ଯୁବକ ନିଖୋଜ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ନାବାଳକ ଜଣ ସମୁଦ୍ର ପାଖକୁ ବୁଲିବାକୁ ଯାଇଥିଲା ବେଳେ ସମୁଦ୍ର ଜୁଆର ଟାଣି ହୋଇ ଯାଇଥିଲେ । ଫଳରେ ସମୁଦ୍ର ଲହଡି ତାଙ୍କୁ ସମୁଦ୍ର ମଧ୍ୟକୁ ଭିଡି ନେଇଥିଲା । ଘଟଣା ଜଣା ପଡିବା ପରେ ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବାଳକଟିକୁ ଖୋଜାଖୋଜି କରିଥିଲେ। ହେଲେ ରାତି ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ଥିଲା ।

ଆଜି ଏହି ନାବାଳକର ମୃତଦେହ ଭାସୁଥିବାର ଦେଖି ପରିବାର ଲୋକେ ଅଭୟଚାନ୍ଦପୁର ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.