ETV Bharat / state

ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ହେବ ନବକଳେବର

author img

By

Published : Nov 1, 2019, 11:31 PM IST

ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ହେବ ନବକେଳେବର । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ 64 ଲକ୍ଷ, 4ହଜାର 932 ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଜଗତସିଂହପୁର: ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ହେବ ନବକଳେବର । ଏ ନେଇ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ 64 ଲକ୍ଷ, 4ହଜାର 932 ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଏପଟେ ଜିଲ୍ଲାପାଳ ପୂର୍ତ୍ତବିଭାଗକୁ ହାତକୁ ନିର୍ମାଣ କାର୍ଯ୍ୟ ଟେକି ଦେଇଛନ୍ତି । ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କିଛି ସ୍ଥାନୀୟ କ୍ରୀଡାବିତ ।

ଷ୍ଟାଡିୟମ ନିର୍ମାଣ ଦାୟିତ୍ବ ନେଇଥିବା ଠିକାଦାରଙ୍କ କଥା ନ କହିଲେ ଭଲ । ପୂର୍ବରୁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅବକାରୀ ବିଭାଗ କୋଠା, ଜିଲା ସଂସ୍କୃତି ଭବନ, ଆଦି କାମ ବର୍ଷ ବର୍ଷ ଧରି ପଡିରହିବା ସହିତ ଏକାଧିକ ଥର ଟେଣ୍ଡର ଡକାଯାଉଛି ।

କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଏପରି ସ୍ଥଳେ ଠିକାଦାରଙ୍କ ପାରିବାପଣିଆ ଓ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷକୁ ନେଇ ପ୍ରଶ୍ନ ଉଠିଛି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ତରଫରୁ ଆସିଥିବା ଅନୁଦାନକୁ ବିନିଯୋଗ କରାଯିବାକୁ କ୍ରୀଡାବିତ ଦାବି କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର, ସମୟ ଥିଲା।ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ କୁ କେତେକ ଠିକାଦାର କାମ ବାହାନା କରି ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଥିଲେ।ତଥାପି ବି ଷ୍ଟାଡିୟମ ନିର୍ମାଣ ର ମୁଣ୍ଡିମରିପାରି ନଥିଲା।ସମୟରେ କିନ୍ତୁ ପରିବର୍ତ୍ତନ ଆସିଛି।ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଉଦ୍ୟମ ରେ ରାଜ୍ୟ ସରକାର ଙ୍କ କ୍ରୀଡା ଓ ଯୁବ ସେବା ବିଭାଗ 64 ଲକ୍ଷ,4,ହଜାର 932 ଟଙ୍କାର ଅନୁଦାନ ମଞ୍ଜୁରୀ କରିଛନ୍ତି।ଏହି ବିପୁଳ ରାଶି ପୂର୍ତ୍ତ ବିଭାଗହାତ କୁ ଯାଇଛି।କିନ୍ତ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରୀଡ଼ାବିତ।ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅବକାରୀ ବିଭାଗ କୋଠା, ଜିଲା ସଂସ୍କୃତି ଭବନ, ଆଦି କାମ ବର୍ଷ ବର୍ଷ ଧରି ପଡିରହିବା ସହିତ ଏକାଧିକ ଥର ଟେଣ୍ଡର ଡକାଯାଉଛି।କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ବିଭିନ୍ନ ସମୟ ରେ ଅଭିଯୋଗ ହୋଇ ଆସୁଛି।ଜିଲାପାଳ ଙ୍କ ପ୍ରତ୍ୟେକ ତତ୍ୱାବଧାନ ରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ତରଫରୁ ଆସିଥିବା ଅନୁଦାନ କୁ ବିନିଯୋଗ କରାଯିବାକୁ ଦାବୀ ହୋଇଛି।

Body:byt_ସତ୍ୟଜିତ ସାହୁ_କ୍ରୀଡ଼ାବିତ
byt _ପ୍ରିୟବତ କାଣ୍ଡି_କ୍ରୀଡ଼ାବିତ
byt_ବିଶ୍ୱଜିତ ନାୟକ_କ୍ରୀଡ଼ାବିତ

Conclusion:ରିପୋର୍ଟ_ସୁଶାନ୍ତ କୁମାର ପାତ୍ର
ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.