ETV Bharat / state

ନିଜ ପୈତୃକ ଗାଁକୁ ଆସି ନଦୀକୁ ଡେଇଁଲେ ଯୁବକ, ମିଳୁନି ପତ୍ତା - ଦେବୀ ନଦୀକୁ ଡେଇଁଲେ ଯୁବକ

ନଦୀକୁ ଡେଇଁ ଯୁବକ ନିଖୋଜ । ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଘାଟ ନିକଟ ଦେବୀ ନଦୀକୁ ଜଣେ ଯୁବକ ଡେଇଁପଡିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଦ୍ବାରା ଖୋଜାଖୋଜି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏଯାଏଁ ଯୁବକଙ୍କ ପତ୍ତା ମିଳିପାରିନାହିଁ । ଅଧିକ ପଢ଼ନ୍ତୁ

ନିଜ ପୈତୃକ ଗାଁକୁ ଆସି ନଦୀକୁ ଡେଇଁଲେ ଯୁବକ, ମିଳୁନି ପତ୍ତା

author img

By ETV Bharat Odisha Team

Published : Oct 1, 2023, 11:32 AM IST

ଜଗତସିଂହପୁର: ନଦୀକୁ ଡେଇଁ ଯୁବକ ନିଖୋଜ । ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଘାଟ ନିକଟ ଦେବୀ ନଦୀକୁ ଜଣେ ଯୁବକ ଡେଇଁପଡ଼ିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଦ୍ବାରା ଖୋଜାଖୋଜି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏଯାଏଁ ଯୁବକଙ୍କ ପତ୍ତା ମିଳି ପାରିନାହିଁ । ତେବେ ପାରିବାରିକ ସମସ୍ୟାକୁ ନେଇ ଯୁବକ ଜଣକ ଏଭଳି କରିଥିବା ପୋଲିସ ସନ୍ଦେହ କରୁଛି । ଯୁବକ ଜଣକ ପୁରୀରେ ରହୁଥିବା ବେଳେ ତାଙ୍କ ପ୍ରକୃତ ଘର ନାଉଗାଁ ଥାନା ଅନ୍ତର୍ଗତ ବଛାଳ ହୋଇଥିବା ସୂଚନା ।

ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଘାଟ ନିକଟ ଦେବୀ ନଦୀକୁ ଜଣେ ଯୁବକ ଡେଇଁପଡିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ଟିମ । ହେଲେ ଏଯାଏଁ ଯୁବକଙ୍କ ପତ୍ତା ମିଳିପାରିନାହିଁ । ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବଛଳ ଗ୍ରାମର ସୁରତ ଲେଙ୍କାଙ୍କ ପୁଅ ସୁଜିତ ପୁରୀ ଜିଲ୍ଲା ବାଲିକୁଦରେ ପରିବାର ସହିତ ରହି ଆସୁଥିଲେ ।

ଏହାମଧ୍ୟ ପଢନ୍ତୁ.. ୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା: ଶିଶୁ ଉଦ୍ଧାର, ମିଳୁନି ବାପାଙ୍କ ପତ୍ତା

ଶନିବାର ଅପରାହ୍ନ ୪ଟା ସମୟରେ ସୁଜିତ ନିଜ ପୈତୃକ ଗ୍ରାମ ବଛାଳ ମଟରସାଇକେଲ ଯୋଗେ ଆସି ଶିଖର ଘାଟ ଦେବୀନଦୀ ପୋଲ ଉପରେ କିଛି ସମୟ ଛିଡା ହୋଇଥିଲେ । କିଛ ସମୟ ପରେ ହଠାତ ସୁଜିତ ପୋଲ ଉପରୁ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ସୁଜିତଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଦେବୀନଦୀରେ ପ୍ରବଳ ସ୍ରୋତ ଥିବାରୁ ସ୍ଥାନୀୟ ଲୋକଙ୍କ ପକ୍ଷରେ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ଫଳରେ ସ୍ଥାନୀୟ ଲୋକେ ନାଉଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ନାଉଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦେବୀନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସୁଜିତଙ୍କର ପତ୍ତା ମିଳିପାରି ନଥିଲା । ରାତି ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଏଯାଏ ଯୁବକଙ୍କ ପତ୍ତା ମିଳିପାରିନାହିଁ ।

ଏହାମଧ୍ୟ ପଢନ୍ତୁ..ଦେବୀ ନଦୀକୁ ଡେଇଁ ପଡ଼ିଲେ ବୃଦ୍ଧ ! 24 ଘଣ୍ଟା ପରେ ବି ମିଳୁନି ପତ୍ତା

ତେବେ କେଉଁ କାରଣରୁ ସୁଜିତ ଏହିଭଳି କାଣ୍ଡ କଲେ ତାକୁ ନେଇ ନାଉଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ପାରିବାରିକ ସମସ୍ୟାକୁ ନେଇ ସୁଜିତ ଏହିଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.