ETV Bharat / state

ଦୁର୍ବୃତ୍ତର ଛୁରାମାଡରେ ଯୁବକ ଗୁୁରୁତର, ଅଭିଯୁକ୍ତକୁ କାବୁ କଲା ପୋଲିସ - ଯୁବକ ଜଣକ ଡାକ୍ତରଖାନାରେ ଭର୍ତ୍ତି

ଜଗତସିଂହପୁର ଜିଲ୍ଲା ସମଙ୍ଗ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତର ଛୁରାମାଡରେ ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦୁର୍ବୃତ୍ତର ଛୁରାମାଡରେ ଯୁବକ ଗୁୁରୁତର
ଦୁର୍ବୃତ୍ତର ଛୁରାମାଡରେ ଯୁବକ ଗୁୁରୁତର
author img

By

Published : Dec 24, 2020, 2:25 PM IST

ଜଗତସିଂହପୁର: ଜିଲ୍ଲା ସଦର ଥାନା ଅନ୍ତର୍ଗତ ସମଙ୍ଗ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତର ଛୁରାମାଡରେ ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଯୁବକ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ବୃତ୍ତର ଛୁରାମାଡରେ ଯୁବକ ଗୁୁରୁତର

ସୂଚନାଅନୁସାରେ, ରଘୁନାଥପୁର ଥାନା ଆମ୍ବଡରଡ଼ ଗ୍ରାମର ବିପିନ ମଲ୍ଲିକଙ୍କର ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ସେହି ରାଗ ରଖି ଦୁର୍ବୃତ୍ତ ଜଣକ ଗତକାଲି ବିଳମ୍ବିତ ରାତିରେ ବିପିନଙ୍କ ଘରେ ପଶି ତାଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ବାରମ୍ବାର ତାଙ୍କ ଛାତିକୁ ଆକ୍ରମଣ କରି ଚାଲିଥିଲା ଦୁର୍ବୃତ୍ତ ଜଣକ । ବିପିନ ଚିତ୍କାର କରିବା ଫଳରେ ଗ୍ରାମବାସୀ ଉଠିଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିପିନଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ତାନାନ୍ତରଣ କରାଯାଇଛି । ଘଟଣା ନେଇ ବିପିନଙ୍କୁ ପରିବାର ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.