ଜଗତସିଂହପୁର: ସମୁଦ୍ର କୂଳରେ ଥିବା ଜଳଜୀବ ସଂଗ୍ରହାଳୟ ଜଙ୍ଗଲରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ଇନ୍ଦ୍ରଜିତ ଗୋଚ୍ଛାୟତ ଏବଂ ତାଙ୍କ ଘର ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଢିଅସାହି ଅଞ୍ଚଳରେ । ସେ ଗତ କିଛିବର୍ଷ ହେଲା ପାରାଦ୍ଵୀପ ନୂଆବଜାର ବସ୍ତିରେ ରହୁଥିଲେ ।
ପାରାଦ୍ଵୀପର ବିଭିନ୍ନ ସଂସ୍ଥାରେ ବଦଳ ଡ଼୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ଜଳଜୀବ ସଂଗ୍ରହାଳୟ ନିକଟ ଜଙ୍ଗଲରେ ଝୁଲୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଇନ୍ଦ୍ରଜିତ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ ସୂଚନା ଦେଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ