ETV Bharat / state

ନକଲି କୋଭିଡ ସାର୍ଟିଫିକେଟ ତିଆରି କରି ଯୁବକ ଗିରଫ - କୋଭିଡ ଜାଲ ସଟିଫିକେଟ ଦେଇ ଯୁବକ ଗିରଫ

କୋଭିଡ ଜାଲ ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଯୁବକ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର ଓ ଗୋଟିଏ ଲ୍ୟାପଟପ ଜବତ । ଅଧିକ ପଢନ୍ତୁ...

young man arrested for  fake covid certificate
କୋଭିଡ ଜାଲ ସଟିଫିକେଟ ଦେଇ ଯୁବକ ଗିରଫ
author img

By

Published : Jan 23, 2021, 4:49 PM IST

ଜଗତସିଂହପୁର: ନକଲି କୋଭିଡ ନେଗେଟିଭ ରିପୋର୍ଟ ତିଆରି କରିବା ପଡିଲା ମହଙ୍ଗା । ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ହେଉଛନ୍ତି କାଳନ୍ଦୀ ତରାଇ । ତାଙ୍କ ଘର କୁଜଙ୍ଗ ବ୍ଲକ ବଗଦିଆ ଗାଁରେ ହୋଇଥିବା ଜଣାପଡିଛି ।

କୋଭିଡ ଜାଲ ସଟିଫିକେଟ ଦେଇ ଯୁବକ ଗିରଫ

କାଳନ୍ଦୀ ଦୀର୍ଘଦିନ ହେବ ତୈଳ ବିଶୋଧନଗାର ଅଧିନରେ କାର୍ଯ୍ୟରତ ଏଲଆଣ୍ଡଟି କମ୍ପାନୀର କଲୋନୀ ଭିତରେ ଏକ ଦୋକାନରେ ନକଲି ମେଡ଼ିକାଲ ସାର୍ଟିଫିକେଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ତିଆରି କରୁଥିଲା । ତେବେ କୈଣସି ସୁତ୍ରରୁ ଅଭୟଚାନ୍ଦପୁର ପୋଲିସ ଖବର ପାଇ କଲୋନୀ ଭିତରେ ଥିବା ଦୋକାନ ଉପରେ ଚଢ଼ାଉ କରିଥିଲା । ନକଲି ସାର୍ଟିଫିକେଟ ତିଆରି କରିବା ପାଇଁ ବ୍ୟବହୃତ ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର ଓ ଗୋଟିଏ ଲ୍ୟାପଟପ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ କାଳନ୍ଦୀ ତରାଇକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.